ନୂଆ ସଂସଦ ଭବନର ପରମାୟୁ ୧୫୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ଏଥିରେ ୧୫୦% ଅଧିକ ସାଂସଦ ବସି ପାରିବେ

ନୂଆଦିଲ୍ଲୀ: ନୂଆ ସଂସଦ ଭବନର ପରମାୟୁ ୧୫୦ ବର୍ଷରୁ ଊର୍ଦ୍ଧ୍ୱ ଏବଂ ଏଥିରେ ୧୫୦% ଅଧିକ ସାଂସଦ ବସି ପାରିବେ ବୋଲି ଗୁରୁବାର ଦିନ କେନ୍ଦ୍ର ସରକାର କହିଛନ୍ତି।
ଜାତୀୟ ପକ୍ଷୀ ମୟୂରକୁ ଆଧାର କରି ଲୋକସଭାକୁ ରୂପାୟନ କରାଯାଉଥିବା ବେଳେ ଜାତୀୟ ପୁଷ୍ପ ପଦ୍ମ ଆଧାରରେ ରୂପାୟିତ ହେବ ରାଜ୍ୟସଭା।

ଏ ଦୁଇଟି ସଦନ ବ୍ୟତିରେକେ, ଏହି ତ୍ରିକୋଣାକାର ଅଟ୍ଟାଳିକାରେ ରହିବ ଏକ ସମ୍ବିଧାନ ହଲ୍‌। ଏଥିରେ ପ୍ରଦର୍ଶିତ ହେବ ମୂଳ ସମ୍ବିଧାନ ଏବଂ ଲୋକଙ୍କ ପଢ଼ିବା ନିମନ୍ତେ ସମ୍ବିଧାନର ପ୍ରତ୍ୟେକ ପୃଷ୍ଠାର ଡିଜିଟାଲ୍‌ ସଂସ୍କରଣ। ପାର୍ଲାମେଣ୍ଟ୍‌ ଭବନର ଏହି ଅଂଶଟି ହେବ ଏକମହଲା।

Image Courtesy of The Times of India

ବାକି ସବୁ ଭାଗ ହେବ ଚାରିମହଲାବିଶିଷ୍ଟ। ପ୍ରତ୍ୟେକ ମହଲାରେ ରହିବ ମନ୍ତ୍ରୀମାନଙ୍କର କାର୍ଯ୍ୟାଳୟ ଏବଂ କମିଟି ପ୍ରକୋଷ୍ଠ। ପ୍ରଥମ ତାଲାରେ ରହିବ ସାଂସଦ ଏବଂ ଭିଭିଆଇପି ଏବଂ ପରିଦର୍ଶକଙ୍କ ଭୋଜନସ୍ଥଳୀ।

ଏଥିରେ ମଧ୍ୟ ଏକ କେନ୍ଦ୍ରୀୟ ଲାଉଞ୍ଜ୍‌ ରହିବ। ଭୂକମ୍ପରହିତ ହେବା ସହ ପରିବେଶ ଅନୂକଳ ଏହି ଅଟ୍ଟାଳିକାରେ ଉଲ୍ଲେଖଯୋଗ୍ୟ ଭାବେ ସ୍ୱଳ୍ପ ବିଜୁଳିଶକ୍ତି ଖର୍ଚ୍ଚ ହେବ।
ନିର୍ଦ୍ଧାରିତ ସମୟ ୨୦୨୨ରେ ଏହି ପ୍ରକଳ୍ପ ଶେଷ ହେବ ଏବଂ ଶୀତ ଅଧିବେଶନରୁ ଏହାର ଶୁଭାରମ୍ଭ ହେବ ବୋଲି ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି।

ସମ୍ବନ୍ଧିତ ଖବର