ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର କେନ୍ଦ୍ରାଞ୍ଚଳରେ ନୂଆ ସଂସଦ ଭବନ ନିର୍ମାଣ ଲାଗି ଶିଳାନ୍ୟାସ କରିଛନ୍ତି। ‘ସେଣ୍ଟ୍ରାଲ୍‌ ଭିସ୍ତା’ ଯୋଜନାର ଅଂଶ ଭାବେ ନୂଆ ସଂସଦ ଭବନର ସାଙ୍କେତିକ ଶୁଭାରମ୍ଭ ଉତ୍ସବରେ କର୍ଣ୍ଣାଟକର ଶ୍ରୀଙ୍ଗେରି ମଠରୁ ଆସିଥିବା ଛଅଜଣ ପୁରୋହିତଙ୍କ ସଂସ୍କୃତ ମନ୍ତ୍ରପାଠ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ପୁଷ୍ପସଜ୍ଜିତ ପରିସରରେ ଆୟୋଜିତ ହୋମରେ ନୈବେଦ୍ୟ ଅର୍ପଣ କରିଥିଲେ।

Advertisment

ଭୂମି ପୂଜନ ଏବଂ ସର୍ବଧର୍ମ ପ୍ରାର୍ଥନା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଅଭିଭାଷଣ ରଖିଥିଲେ। ନିଜ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଆଜି ଏକ ଐତିହାସିକ ଦିନ ଏବଂ ଏହା ଏକ ମାଇଲଖୁଣ୍ଟ ବୋଲି ପ୍ରମାଣିତ ହେବ। ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ଥିବା ୧୩୦କୋଟିରୁ ଅଧିକ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ଦିନ। ନୂତନ ସଂସଦ ଭବନରେ ନୂତନ ଏବଂ ପୂରାତନ ସଂସଦ ଭବନର ସହାବସ୍ଥାନ ହେବ। ମୁଁ ମୋ ଜୀବନର ସେ ମୁହୂର୍ତ୍ତକୁ କେବେବି ଭୁଲି ପାରିବି ନାହିଁ ଯେତେବେଳେ ମୁଁ ସାଂସଦ ଭାବରେ ୨୦୧୪ରେ ପ୍ରଥମ ଥର ପାଇଁ ସଂସଦ ଗୃହକୁ ଆସିବାର ସୁଯୋଗ ପାଇଥିଲି।

publive-image indiatoday

ସେ ଆହୁରି ମଧ୍ୟ କହିଛନ୍ତି ଯେ, ସ୍ୱାଧୀନତା ପରେ ପୁରୁଣା ସଂସଦ ଭବନ ଭାରତକୁ ଏକ ନୂଆ ଦିଗ ଦେଇଥିଲା | ଏବେ ନୂତନ ସଂସଦ ଭବନ ଆତ୍ମନିର୍ଭର ଭାରତ ନିର୍ମାଣର ସାକ୍ଷୀ ହେବ | ପୁରାତନ ସଂସଦ ଭବନରେ ଦେଶର ଆବଶ୍ୟକତା ପୂରଣ କରିବା ପାଇଁ କାର୍ଯ୍ୟ କରାଯାଇଥିଲା | ନୂତନ ସଂସଦ ଭବନରେ ଏକବିଂଶ ଶତାବ୍ଦୀର ଭାରତର ଅଭିଳାଷକୁ ସଫଳ କରାଯିବ।