ନୂଆଦିଲ୍ଲୀ : ବିଜେପି ଆଜି ଏହାର ସଂସଦୀୟ ଦଳ କାର୍ଯ୍ୟକାରୀ କମିଟି ଘୋଷଣା କରିଛି। ନୂଆ କମିଟିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ନେତା ରହିଥିବା ବେଳେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଉପନେତା ରହିଛନ୍ତି। ରାଜ୍ୟସଭାରେ କେନ୍ଦ୍ର ମନ୍ତ୍ରୀ ଥାୱରଚନ୍ଦ ଗେହଲଟ୍ ନେତା ନିଯୁକ୍ତ ହୋଇଥିବାବେଳେ ପୀୟୂଷ ଗୋୟଲଙ୍କୁ ଉପନେତା ଭାବେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ କମିଟିରେ ଜଣେ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ ଭାବେ ରଖାଯାଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଉତ୍ତରପ୍ରଦେଶର ଆମେଥିରେ ହରାଇବା ପରେ ଦଳରେ ସ୍ମୃତିଙ୍କ ସ୍ଥିତି ପୂର୍ବାପେକ୍ଷା ସୁଦୃଢ଼ ହୋଇଛି। ଦଳ ସଂଜୟ ଜୟସ୍ବାଲ୍ଙ୍କୁ ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଥିବା ବେଳେ ପ୍ରଥମ ଥର ପାଇଁ ୩ ଜଣ ମହିଳା ସାଂସଦଙ୍କ ସମେ ୧୫ ଜଣଙ୍କୁ ଲୋକସଭା ସଚେତକ ଭାବେ ନିଯୁକ୍ତି ମିଳିଛି । ରାଜ୍ୟସଭାରେ ୬ ଜଣ ସଚେତକ ନିଯୁକ୍ତି ଦିଆଯାଇଛି। ବିଜେପି ସଂସଦୀୟ ଦଳ କାର୍ଯ୍ୟକାରୀ କମିଟିକୁ ଲୋକସଭାରୁ ଅନ୍ୟ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟମାନେ ହେଲେ ନୀତିନ ଗଡ଼କରୀ, ରବି ଶଙ୍କର ପ୍ରସାଦ, ଅର୍ଜୁନ ମୁଣ୍ଡା, ନରେନ୍ଦ୍ର ସିଂହ ତୋମର ଏବଂ ଜୁଏଲ ଓରାମ। ରାଜ୍ୟସଭାରୁ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟମାନେ ହେଲେ ଜେପି ନଡ୍ଡା, ଓମ୍ ପ୍ରକାଶ ମାଥୁର, ନିର୍ମଳା ସୀତାରମଣ, ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରକାଶ ଜାଭ୍ଡେକର।
ନୂଆ ସଂସଦୀୟ କମିଟି ଘୋଷଣା କଲା ବିଜେପି ମୋଦୀ ଲୋକସଭା ନେତା, ରାଜନାଥ ଉପନେତା
ଧର୍ମେନ୍ଦ୍ର, ଜୁଏଲ୍ ସ୍ବତନ୍ତ୍ର ଆମନ୍ତ୍ରିତ ସଦସ୍ୟ
/sambad/media/post_attachments/wp-content/uploads/2019/06/11-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)