ନୂଆଦିଲ୍ଲୀ : ବିହାରରେ ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ରାଜନୈତିକ ପାଗ ସରଗରମ ରହିଛି । ଏହା ମଧ୍ୟରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଯାଦବ ଆଜି ଏକ ନୂତନ ଦଳ ଘୋଷଣା କରିପାରନ୍ତି। ଏନେଇ ସେ ସନ୍ଧ୍ୟା ୫ଟାରେ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଏଥିରେ ନୂତନ ଦଳ/ସଂଗଠନ ବିଷୟରେ ଘୋଷଣା କରାଯାଇପାରେ। କିଛି ଦିନ ପୂର୍ବରୁ ତାଙ୍କ ପିତା ତାଙ୍କୁ ଛଅ ବର୍ଷ ପାଇଁ ଆରଜେଡିରୁ ବହିଷ୍କାର କରିଥିଲେ। କେବଳ ଏତିକି ନୁହେଁ, ତାଙ୍କୁ ପରିବାରରୁ ମଧ୍ୟ ବହିଷ୍କାର କରାଯାଇଥିଲା। ଜଣେ ଯୁବତୀଙ୍କ ସହ ତାଙ୍କର ସଂପର୍କକୁ ନେଇ ଲାଲୁ ଏହି ପଦକ୍ଷେପ ଗ୍ରହଣ କରିଥିଲେ ।
ଚଳିତ ବିଧାନସଭାରେ ତେଜ ପ୍ରତାପ ଯାଦବ ହସନପୁରର ବିଧାୟକ ଅଛନ୍ତି। ସେ ୨୦୧୫ ରୁ ୨୦୨୦ ପର୍ଯ୍ୟନ୍ତ ମହୁଆରୁ ବିଧାୟକ ଥିଲେ। ଲାଲୁ ତାଙ୍କୁ ପରିବାରରୁ ବିତାଡ଼ିତ କରିଥିଲେ ବି ବିହାରରେ ତାଙ୍କର କିଛି ସମର୍ଥକ ଅଛନ୍ତି । ବିଶ୍ବାସ କରାଯାଉଛି ଯେ ଯଦି ସେ ଦଳ ଗଠନ କରନ୍ତି ତାହା ଆରଜେଡି ପାଇଁ ଅଡ଼ୁଆ ସୃଷ୍ଟି କରିବ । ନୂଆ ଦଳ ଆରଜେଡ଼ି ଭୋଟକୁ ହିଁ କାଟିବ । ଅନ୍ୟପକ୍ଷରେ ଏହି ନୂଆ ଦଳ ବିଜେପି ପାଇଁ ସୁବିଧାଜନକ ସ୍ଥିତି ସୃଷ୍ଟି କରିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/18/tej-2025-07-18-16-26-30.jpg)