ପ୍ରଚଣ୍ଡ ବିଜୟ ପରେ ବି ମାନୁନି ଶାହାଙ୍କ ମନ, ନେତାଙ୍କୁ ଦେଲେ ଏଭଳି ନିର୍ଦ୍ଦେଶ

ନୂଆଦିଲ୍ଲୀ: ୩୦୩ଟି ଆସନ ସହ ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ହାସଲ କରିଛି | ତଥାପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ମନ ମାନୁନି | ବରିଷ୍ଠ ନେତାମାନଙ୍କୁ ପାର୍ଟିର ସଦସ୍ୟ ସଂଖ୍ୟା ୨୦ ପ୍ରତିଶତ ବଢାଇବାକୁ ନୂଆ ମିଶନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି | ଶାହା କହିଛନ୍ତି ଯେ ଦ୍ଵିତୀୟ ଥର ବହୁମତ ମିଳିବା ପରେ ବି ଦଳ ପାଇଁ ଏବେ ସ୍ୱର୍ଣ୍ଣିମ ଯୁଗ ଆସିନାହିଁ |

ନୂତନ ସଦସ୍ୟତା ସଂଗ୍ରହ ପାଇଁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ନେତୃତ୍ୱରେ ୫ ଜଣିଆ ସଦସ୍ୟତା ସମିତି ଗଠନ କରିଛନ୍ତି | ଶାହା ନିର୍ଦ୍ଦେଶ ଦେଇଛନ୍ତି ଯେ ଯେଉଁସବୁ ରାଜ୍ୟରେ ଆଶାନୁରୂପକ ଫଳ ପ୍ରଦର୍ଶନ କରାଯାଇପାରିନାହିଁ ସେହି ସବୁ ରାଜ୍ୟରେ ନୂତନ ସଦସ୍ୟତା ଅଭିଯାନ ମାଧ୍ୟମରେ ଅଧିକ କର୍ମୀ ସଂଗ୍ରହ କରାଯିବ |

ଏହି ନୂତନ ସଦସ୍ୟ ସଂଗ୍ରହ ଅଭିଯାନ ପାଇଁ ୫ ଜଣିଆ ଟିମ ଗଠନ କରାଯାଇଛି | ଏହି କମିଟିରେ ଶିବରାଜ ସିଂ ଚୌହାନ ସଂଯୋଜକ ରହିଥିବାବେଳେ ଦୁଷ୍ୟନ୍ତ ଗୌତମ, ସୁରେଶ ପୂଜାରୀ, ଶୋଭା ସୁରେନ୍ଦ୍ରନ ଓ ଅରୁଣ ଚତୁର୍ବେଦୀ ସହ ସଂଯୋଜକ ରହିବେ |

ସମ୍ବନ୍ଧିତ ଖବର