ନୂଆଦିଲ୍ଲୀ: ପାସ୍‌ପୋର୍ଟ ଆବେଦନ ପାଇଁ ନିକଟରେ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଏକ ନୂତନ ଘୋଷଣା କରାଯାଇଛି। ନୂତନ ଆବେଦନ ଶୈଳୀରେ କ’ଣ ସବୁ ପରିବର୍ତ୍ତନ ଘଟିଛି ତାହା ନିମ୍ନରେ ଉଲ୍ଲେଖ କରାଯାଇଛି।

Advertisment

ପୁରୁଣା ନିୟମ ମୁତାବକ, ୧୯୮୯ ମସିହା ଜାନୁଆରି ୨୬ ତାରିଖ କିମ୍ବା ତା’ପରେ ଜନ୍ମ ନେଇଥିବା ସମସ୍ତ ଆବେଦନକାରୀ ଜନ୍ମ ପ୍ରମାଣପତ୍ର ଦେବା ବାଧ୍ୟତାମୂଳକ ଥିଲା। ମାତ୍ର ନୂଆ ନିୟମ ଅନୁସାରେ କିିଛିଟା କୋହଳ କରାଯାଇଛି। ନିମ୍ନରେ ଦିଆ ଯାଇଥିବା ଡକ୍ୟୁମେଣ୍ଟ୍‌ ମଧ୍ୟରେ କେଉଁଥିରେ ବି ଜନ୍ମ ତାରିଖ ଥିଲେ ଆବଦେନ କରିହେବ ବୋଲି ଜାଣିବାକୁ ମିଳିଛି।
ଜନ୍ମ କିମ୍ବା ମୃତ୍ୟୁ ପଞ୍ଜିକରଣ ଅଧିକାରୀ, ମହାନଗର ନିଗମ କିମ୍ବା ଅନ୍ୟ କୌଣସି ଅନୁମୋଦିତ ପ୍ରାଧିକାରୀ  ଦ୍ୱାରା ପ୍ରଦାନ କରାଯାଇଥିବା ପ୍ରମାଣପତ୍ର।
ସ୍କୁଲ୍‌ ପକ୍ଷରୁ ପ୍ରଦାନ କରାଯାଇଥିବା ଟ୍ରାନ୍ସଫର୍‌, ସ୍କୁଲ୍‌ ଲିଭିଂ ସାର୍ଟିଫିକେଟ୍‌, ମ୍ୟାଟ୍ରିକ୍‌ ସାର୍ଟିଫିକେଟ୍‌।
ପ୍ୟାନ୍‌ କାର୍ଡ।
ଆଧାରକାର୍ଡ/ ଇ-ଆଧାର କାର୍ଡ
ସରକାରୀ ଚାକିରିଆ ଆବେଦନକାରୀଙ୍କ ଚାକିରି କାଗଜ ପତ୍ରର କପି।
ଡ୍ରାଇଭିଂ ଲାଇସେନ୍ସ
ଭାରତୀୟ ନିର୍ବାଚନ କମିସନ୍‌ଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ଇଲେକ୍ସନ ଫଟୋ ଆଡେଣ୍ଟିଟି କାର୍ଡ (ଇପିଆଇସି)।
ବୀମା କମ୍ପାନି ଦ୍ୱାରା ପ୍ରଦାନ କରାଯାଇଥିବା ପଲିସି ବଣ୍ଡ୍‌।

publive-image
ନୂତନ ପାସପୋର୍ଟ ନିୟମ ଅନୁସାରେ, ଆବେଦନ ସମୟରେ ବାପାମାଆ କିମ୍ବା ଅନ୍ୟ ଅଭିଭାବକଙ୍କ ନାମ ଆବଶ୍ୟକ। ବାପାମାମଆ କିମ୍ବା ଅଭିଭାବକଙ୍କ ମଧ୍ୟରୁ ଆବେଦନକାରୀ ଯାହାର ବି ନାଁ ଦେଲେ ଚଳିବ। ସାଧୁ ସନ୍ଥ ଶ୍ରେଣୀୟ ଆବେଦନକାରୀ ନିଜର ଗୁରୁଙ୍କ ନାମ ଦେଇପାରିବେ।
ବିବାହ ବିଚ୍ଛେଦ କ୍ଷେତ୍ରରେ ଯଦି କୌଣସି ମତେ ଛାଡ଼ପତ୍ର ପୂରାପୂରି ଭାବେ ହୋଇପାରି ନାହିଁ, ତେବେ ଆବେଦନକାରୀ ସେମାନଙ୍କ ଜୀବନ ସାଥିଙ୍କ ନାମ ଦେବା ନୂତନ ନିୟମରେ ରଖାଯାଇ ନାହିଁ।
ନିହାତି ଆବ୍ୟଶକ ଏବଂ ତୁରନ୍ତ ପାସପୋର୍ଟ ପାଇଁ ଆବେଦନକାରୀଙ୍କୁ ପୂର୍ବପରି ଏନ୍‌ଓସି(ନୋ ଅବ୍‌ଜେକ୍ସନ୍‌ ସାର୍ଟିଫିକେଟ୍‌) ପ୍ରଦାନ କରିବା ଆବଶ୍ୟକ ନାହିଁ। କୌଣସି କାମରେ ବାହାରକୁ ଯିବାକୁ ପଡ଼ିଲେ କମ୍ପାନିର ଉପରସ୍ଥ ଅଧିକାରୀଙ୍କ ନିବେଦନ ପତ୍ର ଜରିଆରେ ପାସପୋର୍ଟ ଆବେଦନ କରିହେବ।