ବନ୍ଦର ଓ ଜାହାଜରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ  ଲାଗୁହେଲା ନୂତନ ଦରମା ହାର

ନୂଆଦିଲ୍ଲୀ : ବନ୍ଦର ଓ ଜାହାଜଗୁଡ଼ିକରେ କାର୍ଯ୍ୟରତ ଗ୍ରୁପ୍ ‘ସି’ ଓ ‘ଡି’ କର୍ମଚାରୀମାନଙ୍କ ପାଇଁ ଏକ ନୂତନ ମଜୁରି ହାର ଚୁକ୍ତିନାମା ସ୍ୱାକ୍ଷର ହୋଇଛି । ମୁମ୍ବାଇରେ କେନ୍ଦ୍ର ସଡ଼କ ପରିବହନ, ରାଜମାର୍ଗ, ଜଳ ସମ୍ବଳ, ନଦୀ ବିକାଶ ଏବଂ ଗଙ୍ଗା ନବୀକରଣ ମନ୍ତ୍ରୀ ନୀତିନ ଗଡକରୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ହୋଇଛି । ନୂତନ ଚୁକ୍ତି ଅନୁଯାୟୀ ମୂଳ ଦରମା ଏବଂ ମହଙ୍ଗା ଭତ୍ତାରେ ୧୦.୬% ଫିଟମେଣ୍ଟ ରହିବ । ତଳ ପାହ୍ୟାର କର୍ମଚାରୀମାନେ ସର୍ବନିମ୍ନ ଟ.୨୦,୯୦୦-୪୩,୬୦୦ ପେ-ସ୍କେଲ ପାଇବା ବେଳେ ଉଚ୍ଚ ପାହ୍ୟାର କର୍ମଚାରୀମାନେ ଟ. ୩୬୫୦୦-୮୮,୭୦୦ ପେ-ସ୍କେଲ ପାଇବେ । ଏହି ଚୁକ୍ତି ଫଳରେ ବୃହତ ବନ୍ଦରଗୁଡ଼ିକର ୩୨ହଜାର ବନ୍ଦର ଜାହାଜ କର୍ମଚାରୀ ଏବଂ ଟ.୧,୦୫,୦୦୦ଗ୍ରୁପ୍ ‘ସି’ ଓ ‘ଡି’ କର୍ମଚାରୀ ଲାଭବାନ ହେବେ । ଏହାଦ୍ୱାରା ବନ୍ଦରଗୁଡ଼ିକ ଉପରେ ବାର୍ଷିକ ୫୬୦ କୋଟି ଟଙ୍କାର ଅଧିକ ବୋଝ ପଡ଼ିବ । ଏହି ଅବସରରେ ଶ୍ରୀ ଗଡକରୀ କହିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଅନୁସାରେ ଲୋକଙ୍କ କଲ୍ୟାଣକୁ କେନ୍ଦ୍ର ସରକାର ପ୍ରାଥମିକତା ଦେଉଛନ୍ତି । ଏବେ ସାମାଜିକ-ଆର୍ଥିକ ପରିବର୍ତ୍ତନରେ ବନ୍ଦରଗୁଡ଼ିକ ଭାଗିଦାର ହୋଇଥିବାରୁ ମୁଁ ଖୁସି । ଗ୍ରୁପ୍ ‘ସି’ ଓ ‘ଡି’ କର୍ମଚାରୀଙ୍କ ଦରମା ସେଟଲମେଣ୍ଟ ପାଇଁ ସେମାନେ ପଦକ୍ଷେପ ନେଇଥିବାରୁ ମୁଁ ଅତ୍ୟନ୍ତ ଖୁସି । 6ଟି ବନ୍ଦର ଓ ଜାହାଜ କର୍ମଚାରୀ ମହାସଂଘ ଏବଂ ବନ୍ଦର ପରିଚାଳନା କମିଟି ମଧ୍ୟରେ ଏହି ଚୁକ୍ତିନାମା ଇଣ୍ଡଷ୍ଟ୍ରିଆଲ ଡିସପ୍ୟୁଟସ ଆକ୍ଟ-୧୯୭୧ର ଧାରା ୧୨(୩) ଅନୁଯାୟୀ ହୋଇଥିଲା । ଏହା ପିଛିଲା ଭାବେ ୨୦୧୭ ଜାନୁଆରୀ ୧ ତାରିଖରୁ ଲାଗୁ ହେବ । ଅନେକ ରାଷ୍ଟ୍ରାୟତ୍ତ ଉଦ୍ୟୋଗରେ ଦରମା ହାରରେ ୧୦ ବର୍ଷିଆ ସେଟଲମେଣ୍ଟ ଥିବା ବେଳେ ଏହା ୫ ବର୍ଷିଆ ସେଟଲମେଣ୍ଟ ଚୁକ୍ତି ହୋଇଛି ।

ସମ୍ବନ୍ଧିତ ଖବର