ମୁମ୍ବାଇ: କଂଗ୍ରେସରୁ ଇସ୍ତଫା ଦେଇଥିବା ମହାରାଷ୍ଟ୍ରର ବରିଷ୍ଠ ନେତା ନାରାୟଣ ରାଣେ ଆଜି ଏକ ନୂଆ ରାଜନୈତିକ ଦଳ ଗଠନ କରିଥିବା ଘୋଷଣା କରିଛନ୍ତି। ଏହି ଦଳର ନାମ ‘ମହାରାଷ୍ଟ୍ର ସ୍ୱାଭିମାନ ପକ୍ଷ’ ରଖାଯାଇଛି। କଂଗ୍ରେସ ଓ ଶିବସେନାକୁ ଆଜି କଡ଼ା ସମାଲୋଚନା କରିଥିବା ରାଣେ ବିଜେପି ପ୍ରତି ଅତ୍ୟନ୍ତ ନରମ ଆଭିମୁଖ୍ୟ ଦେଖାଇ ଥିବାରୁ ତାଙ୍କ ଦଳ ବିଜେପି ସହିତ ମେଣ୍ଟ କରିବ ଏବଂ ଖୁବ୍୍ଶୀଘ୍ର ଏହା ଏନ୍୍ଡିଏରେ ସାମିଲ ହେବ ବୋଲି କଳ୍ପନାଜଳ୍ପନା ଚାଲିଛି। ରାଣେ ମୋଦି ସରକାରଙ୍କ ବୁଲେଟ୍ ଟ୍ରେନ୍ ପ୍ରକଳ୍ପକୁ ପୂର୍ଣ୍ଣ ସମର୍ଥନ କରିଥିବା ବେଳେ ସରକାରଙ୍କ ବିକାଶ କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ଶିବସେନାକୁ ସମାଲୋଚନା କରି ରାଣେ କହିଛନ୍ତି ଯେ ଏହି ଦଳ କ୍ଷମତାକୁ ଛାଡ଼ି ପାରିବ ନାହିଁ ଏବଂ ଲୋକଙ୍କ ଦ୍ୱାରା ବିତାଡ଼ିତ ନହେବା ପର୍ଯ୍ୟନ୍ତ ଏହା ବିଜେପି ସହ ମେଣ୍ଟ ସରକାରରେ ରହିବ ।
Sambad is now on WhatsApp
Join and get latest news updates delivered to you via WhatsApp
ସେନା ସୁପ୍ରିମୋ ଉଦ୍ଧବ ଥାକରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲଗାତାର ସମାଲୋଚନା ଜାରି ରଖିଥିବାରୁ ଏହାକୁ ନାପସନ୍ଦ କରି ରାଣେ କହିଛନ୍ତି ଯେ ଏଭଳି ସମାଲୋଚନା କରିବାକୁ ଉଦ୍ଧବ କିଏ ? ପ୍ରଧାନମନ୍ତ୍ରୀଙ୍କୁ ଯୁକ୍ତିଯୁକ୍ତ କାରଣ ନଥାଇ ସମାଲୋଚନା କରିବା ଅଧିକାର ତାଙ୍କର ନାହିଁ ବୋଲି ସେ କହିଛନ୍ତି। ଶିବସେନା କେବଳ ବେପରୁଆ ବୟାନ ଦେବା ଜାଣେ ଏବଂ ଲୋକଙ୍କ ପାଇଁ ଏହି ଦଳର କିଛି ଦରଦ ନାହିଁ ବୋଲି ସେ କହିଛନ୍ତି। ବିଏମ୍୍ସିରେ ୨୫ ବର୍ଷର ଶାସନରେ ଶିବସେନା ବ୍ୟାପକ ଦୁର୍ନୀତିରେ ଲିପ୍ତ ରହିଛି ଏବଂ ଏହାର ଦୋମୁହାଁ ଚରିତ୍ର ଲୋକେ ଜାଣି ସାରିଲେଣି ବୋଲି ସେ କହିଛନ୍ତି।