ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ବିଜେଡିର ନୂଆ ରାଜ୍ୟସଭା ସଦସ୍ୟ

ନୂଆଦିଲ୍ଲୀ: ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ବିଜେଡିର ନୂଆ ରାଜ୍ୟସଭା ସଦସ୍ୟମାନେ ସ୍ଥାନ ପାଇଛନ୍ତି। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ପରିବହନ, ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ, ସୁଲତା ଦେଓଙ୍କୁ ଶିଳ୍ପ, ନିରଞ୍ଜନ ବିଶିଙ୍କୁ ବିଜ୍ଞାନ ଓ ପ୍ରଯୁକ୍ତି, ପରିବେଶ, ଜଙ୍ଗଲ, ଜଳବାୟୁ ପରିବର୍ତ୍ତନ ବିଭାଗ ଷ୍ଟାଣ୍ଡିଂ କମିଟିରେ ସ୍ଥାନ ମିଳିଛି । ସେହିପରି ସସ୍ମିତ ପାତ୍ରଙ୍କୁ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ବିଭାଗ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସଦସ୍ୟ ଭାବେ ମ‌ନୋନୀତ କରାଯାଇଛି।

ଅନ୍ୟପକ୍ଷରେ ପୂର୍ବରୁ ଥିବା ରାଜ୍ୟସଭା ସଦସ୍ୟ ପ୍ରଶାନ୍ତ ନନ୍ଦଙ୍କୁ ରେଳବାଇ, ଅମର ପଟ୍ଟନାୟକଙ୍କୁ ଅର୍ଥ, ସୁଜିତ କୁମାରଙ୍କୁ ଗୃହ, ମୁଜିବୁଲ୍ଲା ଖାନଙ୍କୁ ଶକ୍ତି ଏବଂ ମମତା ମହାନ୍ତଙ୍କୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ଷ୍ଟାଣ୍ଡିଂ କମିଟିରେ ସଦସ୍ୟତା ମିଳିଛି । ସେମାନଙ୍କ ବିଭାଗଗୁଡିକର ବିକାଶ ଉପରେ ସେମାନେ ପ୍ରତ୍ୟେକ ଆଲୋଚନାରେ ଭାଗ ନେଇପାରିବେ। କିଭଳି ବିକାଶ କରାଯିବ ସେଥିନେଇ ସେମାନଙ୍କ ଉପରେ ଗୁରୁଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର