ବିଲ ନ ଦେଲେ ମାଗଣା ଖାଇବେ ଯାତ୍ରୀ, ରେଳମନ୍ତ୍ରୀଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରେଳ କିଛି ବର୍ଷ ହେଲା ଯାତ୍ରୀଙ୍କୁ ଅଧିକ ସୁବିଧା ଦେବାର ପ୍ରୟାସ କରୁଛି | ଏବେ ରେଳ ମନ୍ତ୍ରାଳୟ ଯାତ୍ରୀଙ୍କ ସୁରକ୍ଷା ଓ ଅଧିକାରକୁ ନେଇ ଏକ ସ୍ୱତନ୍ତ୍ର ନିୟମ ବାବଦରେ ଘୋଷଣା କରିଛି | ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଏବଂ କିଛି ଖାଦ୍ୟ ପଦାର୍ଥ ଟ୍ରେନରୁ କିଣୁଛନ୍ତି ତେବେ ଆପଣଙ୍କୁ ବିକ୍ରେତା ବିଲ ଦେବାକୁ ବାଧ୍ୟ |

ଯଦି ବିକ୍ରେତା ବିଲ ନ ଦିଅନ୍ତି ତେବେ ଆପଣ ଦେୟ ବି ଦେବାର ଆବଶ୍ୟକତା ନାହିଁ | ରେଳ ମନ୍ତ୍ରୀ ପିୟୁଷ ଗୋୟଲ ଏ ନେଇ ଘୋଷଣା କରିଛନ୍ତି | ଏହି ନିୟମ କେବଳ ଭେଣ୍ଡର ବା ଟ୍ରେନ ବିକାଳୀଙ୍କ ପାଇଁ ଲାଗୁହେବନାହିଁ ବରଂ ରେଳ ପ୍ଲାଟଫର୍ମରେ ବିକ୍ରି କରୁଥିବା ଦୋକାନୀଙ୍କ ପାଇଁ ମଧ୍ୟ ଏହି ନିୟମ ଲାଗୁ ହେବ |

IndianMoney.com

ଅର୍ଥାତ ପ୍ଲାଟଫର୍ମରେ ଆପଣ ଯଦି କୌଣସି ଖାଦ୍ୟ ଦ୍ରବ୍ୟ କିଣନ୍ତି ତେବେ ଆପଣକୁ ବିକ୍ରେତା ବିଲ ଦେବାକୁ ବାଧ୍ୟ ଯଦି ସେ ନ ଦିଅନ୍ତି ଆପଣ ମୂଲ୍ୟ ଦେବାକୁ କେହି ବାଧ୍ୟ କରିପାରିବେ ନାହିଁ | ‘ନୋ ବିଲ, ନୋ ପେମେଣ୍ଟ’ ନାମରେ ଜୁଲାଇ ୧୮ରୁ ଏହି ନିୟମ ଲାଗୁ କରାଯାଇଛି |

ସମ୍ବନ୍ଧିତ ଖବର