ନୂଆଦିଲ୍ଲୀ : କରୋନାରୁ ସୁସ୍ଥ ହେବାର ୩ ମାସ ପରେ ହିଁ ଜଣେ ଟିକା ନେଇପାରିବେ। ପ୍ରଥମ ଡୋଜ୍‌, ଦ୍ବିତୀୟ ଡୋଜ୍‌ କିମ୍ବା ବୁଷ୍ଟର୍‌ ଡୋଜ୍‌ ହେଉ ଜଣେ ବ୍ୟକ୍ତି ଯଦି କରୋନାରୁ ସୁସ୍ଥ ହୋଇଥିବେ‌ ‌ତେବେ ତାଙ୍କୁ ଟିକା ନେବାପାଇଁ ୩ ମାସ ଅପେକ୍ଷା କରିବାକୁ ପଡ଼ିବ। କେନ୍ଦ୍ର ସରକାର ଆଜି ଏ ବାବଦରେ ନିର୍ଦ୍ଦେଶନାମା ଜାରି କରିଛନ୍ତି । ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଅତିରିକ୍ତ ସଚିବ ବିକାଶ ସିଲ୍‌ କହିଛନ୍ତି, କରୋନା ସଂକ୍ରମଣର ଶିକାର ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଟିକ‌ା ଦେବା ସଂକ୍ରାନ୍ତରେ ବିଭିନ୍ନ ମହଲରୁ ଅନୁରୋଧ ଆସିଛି। ତେଣୁ ଏହା କୁହାଯାଉଛି ଯେ, କରୋନା ସଂକ୍ରମିତ ହୋଇ ସୁସ୍ଥ ହୋଇଥିଲେ ୩ ମାସ ପରେ ଟିକା‌ ନେବେ। ଟିକାକରଣ ସଂକ୍ରାନ୍ତରେ ଏନ୍‌ଟିଏଜି (ନ୍ୟାସନାଲ ଟେକନିକାଲ ଆଡଭାଇଜୋରି ଗ୍ରୁପ୍‌)ର ପରାମର୍ଶ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି।