ନୂଆଦିଲ୍ଲୀ : କେନ୍ଦ୍ର ସରକାର ଏୟାର କଣ୍ଡିସନର (ଏସି) ପାଇଁ ଏକ ନୂଆ ନିୟମ ଆଣିବାକୁ ଯାଉଛି । ଏହା ମାଧ୍ୟମରେ ଏସି ତାପମାତ୍ରାର ମାନକୀକରଣ କରାଯିବ । ଏହା ଦ୍ବାରା ଶକ୍ତି ସଂଚୟ କରିବାରେ ସହାୟତା ମିଳିବ ।
ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି ଯେ ଏସି ଗୁଡ଼ିକର ମାନକ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ଓ ୨୮ ଡିଗ୍ରୀ ସେଲସିୟସ ମଧ୍ୟରେ ରଖିବାକୁ ବିଚାର କରାଯାଉଛି । ପ୍ରଥମେ ଏହାକୁ ଏକ ପରୀକ୍ଷାମୂଳକ ପ୍ରୟୋଗଭାବେ ଲାଗୁ କରାଯିବ । ଏହା ଏ ଧରଣର ପ୍ରଥମ ପ୍ରୟୋଗ ବୋଲି ସେ କହିଛନ୍ତି ।
ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହରଲାଲ ଖଟ୍ଟର କହିଛନ୍ତି ଯେ ଏସି ଗୁଡ଼ିକର ମାନକ ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ଓ ୨୮ ଡିଗ୍ରୀ ସେଲସିୟସ ମଧ୍ୟରେ ରଖିବାକୁ ବିଚାର କରାଯାଉଛି । ପ୍ରଥମେ ଏହାକୁ ଏକ ପରୀକ୍ଷାମୂଳକ ପ୍ରୟୋଗଭାବେ ଲାଗୁ କରାଯିବ ।
ଏହି ଯୋଜନା ଅନୁସାରେ ଏସି ତାପମାତ୍ରାକୁ ୨୦ ଡିଗ୍ରୀ ସେଲସିୟସ ଓ ୨୮ ଡିଗ୍ରୀ ସେଲସିୟସ ମଧ୍ୟରେ ରଖାଯିବ । ଅର୍ଥାତ ଏସିର ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ତଳକୁ ଖସିବନି ଓ ସର୍ବୋଚ୍ଚ ତାପମାତ୍ରା ୨୮ ଡିଗ୍ରି ଉପରକୁ ଉଠିବ ନାହିଁ। ସରକାରଙ୍କ ଏହି ଯୋଜନା ସଫଳହେଲେ ଲୋକମାନଙ୍କର ବ୍ୟକ୍ତିଗତଭାବେ ବିଦ୍ୟୁତ ସଂଚୟ ହେବ ଓ ବିଜୁଳି ବିଲ କମିବ । ସାମଗ୍ରୀକଭାବେ ଦେଶର ଶକ୍ତି ସଂଚୟ ହେବ ଓ ଗ୍ରିଡ ଉପରେ ଚାପ କମିବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/06/10/JPrCr5KgazySoHy3mDQf.jpg)