କୋଲକାତା: ଚିନ୍ତା ବଢ଼ାଇଲାଣି ଓମିକ୍ରନ। ଦେଶରେ ଏବେ ଦିନକୁ ଦିନ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଚିନ୍ତାରେ ସରକାର। ସମସ୍ତ ରାଜ୍ୟକୁ ସତର୍କ ରହିବା ସହ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ କରି ରଖିବାକୁ କେନ୍ଦ୍ର କହିଥିବା ବେଳେ ଏବେ ପଶ୍ଚିମବଙ୍ଗ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ସ୍ଥିତି ଖରାପ ହେବା ପୂର୍ବରୁ ସ୍କୁଲ ବନ୍ଦ କରିଦେବା ୫୦% କର୍ମଚାରୀଙ୍କୁ ନେଇ ଅଫିସ କାମ କରିବାକୁ କହିଛନ୍ତି ପଶ୍ଚିମବଙ୍ଗ ସରକାର।
indiatodayନୂଆ ଗାଇଡଲାଇନ ଅନୁଯାୟୀ, ରାଜ୍ୟରେ ସମସ୍ତ ସ୍କୁଲ, କଲେଜ, ଜିମ୍, ସୁଇମିଂ ପୁଲ, ସ୍ପା, ପ୍ରାଣୀ ଉଦ୍ୟାନ, ପର୍ଯ୍ୟଟନ ସ୍ଥାନ ଓ ସେଲୁନ ବନ୍ଦ ରଖାଯିବା ସହ ସରକାରୀ ଓ ବେସରକାରୀ ଅଫିସରେ ୫୦% କର୍ମଚାରୀଙ୍କୁ ନେଇ କାମ ଚାଲିବ। ଏହା ସହ ଓମିକ୍ରନ ଦ୍ବାରା ଅଧିକ ପ୍ରଭାବିତ ହୋଇଥିବା ଦେଶରୁ ବିମାନ ଚଳାଚଳ ବନ୍ଦ ରହିବ। ରାତି ୧୦ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଲାଗୁ ହେବ। ସିନେମା ହଲ୍ ଗୁଡିକ ୫୦ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବା ସହ ସମସ୍ତ ସପିଂ ମଲ୍, ରେସ୍ତୋରାଁ, ବାର୍ ଏବଂ ବଜାର ମଧ୍ୟ ୫୦ପ୍ରତିଶତ କ୍ଷମତାରେ କାର୍ଯ୍ୟ କରିବ।
ଉଲ୍ଲେଖଯୋଗ୍ୟ, ଗତକାଲି ପଶ୍ଚିମବଙ୍ଗରେ ୪,୫୧୨ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ଯାହା ସକ୍ରିୟ ସଂଖ୍ୟାକୁ ୧୩,୩୦୦କୁ ପହଞ୍ଚାଇଥିଲା। ଏହା ସହ ରାଜ୍ୟରେ ୨୦ ଓମିକ୍ରନ ଆକ୍ରାନ୍ତ ମଧ୍ୟ ଚିହ୍ନଟ ହୋଇଥିଲେ। ଏହି ସଂଖ୍ୟାକୁ ନିୟନ୍ତ୍ରଣରେ ରଖିବା ପାଇଁ ଏବେ ପଶ୍ଚିମବଙ୍ଗ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/t-2.jpg)