ନିର୍ମାଣ ଶ୍ରମିକଙ୍କ ପାଇଁ ଆସୁଛି ଏହି ଲୋଭନୀୟ ସରକାରୀ ଯୋଜନା

ନୂଆଦିଲ୍ଲୀ : ଦେଶର କୋଟି କୋଟି ନିର୍ମାଣ ଶ୍ରମିକଙ୍କ ପାଇଁ ଖୁସି ଖବର । କେନ୍ଦ୍ରର ମୋଦି ସରକାର ନିର୍ମାଣ ଶ୍ରମିକଙ୍କ ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନା ଅନୁସାରେ ନିର୍ମାଣ ଶ୍ରମିକଙ୍କୁ ମାଗଣା ବୀମା ସୁବିଧା, ୬୦ ବର୍ଷ ପରେ ମାସକୁ ୧୦୦୦ ଟଙ୍କା ପେନସନ, ସେମାନଙ୍କ ସନ୍ତାନ ମାନଙ୍କ ପାଇଁ ଛାତ୍ରବୃତ୍ତି ଓ ଚିକିତ୍ସା ଖର୍ଚ୍ଚ ଭରଣା ଇତ୍ୟାଦି ମିଳିବ । ଏହି ସ୍କିମର ଚିଠା ପ୍ରସ୍ତୁତ ହୋଇଯାଇଛି ଓ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ଏଥିପାଇଁ ସର୍ବସାଧାରଣଙ୍କ ମତାମତ ଆହ୍ଵାନ କରିଛି । ମେ ୨୧ ସୁଦ୍ଧା ଲୋକମାନେ ଏ ସଂପର୍କରେ ନିଜର ମତାମତ ଦେଇପାରିବେ ।
ନିର୍ମାଣ ଶ୍ରମିକଙ୍କ କଲ୍ୟାଣ ପାଇଁ ସରକାର ସଂଗ୍ରହ କରୁଥିବା ସେସ୍‌ ମାଧ୍ୟମରେ ଗଠିତ ପାଣ୍ଠିରୁ ଏହି ସ୍କିମର ଖର୍ଚ୍ଚ ଭରଣା କରାଯିବ । ଏବେ ଏହି ପାଣ୍ଠିରେ ୪୨ ହଜାର କୋଟି ଟଙ୍କା ରହିଛି । ଏଥିରୁ ପ୍ରାୟ ୧୨ ହଜାର କୋଟି ବ୍ୟୟ ହୋଇସାରିଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସରକାର ଏହି ସ୍କିମ ଆରମ୍ଭ କରିବାକୁ ଯାଉଛନ୍ତି ।

ସମ୍ବନ୍ଧିତ ଖବର