ସ୍କ୍ରାପ ନୀତି ଲାଗୁହେଲେ ନୂଆ ଗାଡି କିଣିଲେ ଅଧିକ ଲାଭ ମିଳିବ: ନିତିନ ଗଡ଼କରୀ
ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ନୂତନ ନୀତି ଅନୁଯାୟୀ, ନୂତନ ଗାଡି କିଣିବାବେଳେ ପୁରୁଣା ତଥା ପ୍ରଦୂଷିତ ଯାନଗୁଡ଼ିକୁ ସ୍କ୍ରାପ୍ କରିବାକୁ ପସନ୍ଦ କରୁଥିବା ଗ୍ରାହକଙ୍କୁ ଅନେକ ସୁବିଧା ଦିଆଯିବ। ଏହି ନୀତିକୁ ଅତ୍ୟନ୍ତ ଉତ୍ସାହଜନକ ବୋଲି ବର୍ଣ୍ଣନା କରି ଗଡକରୀ କହିଛନ୍ତି ଯେ ଆଗାମୀ ବର୍ଷରେ ଭାରତୀୟ ଅଟୋମୋବାଇଲ ଶିଳ୍ପର ବ୍ୟବସାୟ ୩୦ ପ୍ରତିଶତ ବୃଦ୍ଧି ହୋଇ ୧୦ ଲକ୍ଷ କୋଟି ଟଙ୍କାରେ ପହଂଚିବ ।
Sambad is now on WhatsApp
Join and get latest news updates delivered to you via WhatsApp
ବଜେଟ୍ ୨୦୨୧-୨୨ ରେ ସ୍କ୍ରାପ୍ ପଲିସିର ନୀତି ଘୋଷଣା କରାଯାଇଛି | ନୂତନ ସ୍କ୍ରାପ୍ ପଲିସି ଅନୁଯାୟୀ, ୨୦ ବର୍ଷରେ ବ୍ୟକ୍ତିଗତ କିମ୍ବା ବେସରକାରୀ ଯାନ ଏବଂ ୧୫ ବର୍ଷରେ ବ୍ୟବସାୟିକ ଯାନ ପାଇଁ ଏକ ‘ଫିଟନେସ୍ ଟେଷ୍ଟ’ ହେବ। ଗଡକରୀ କହିଛନ୍ତି, “ଯେଉଁ ଗ୍ରାହକମାନେ ସେମାନଙ୍କ ଗାଡିକୁ ସ୍କ୍ରାପ୍ କରିବାକୁ ଚାହିଁବେ, ସେମାନଙ୍କୁ କାର ନିର୍ମାତାଠାରୁ କିଛି ଲାଭ ମିଳିବ | ବାସ୍ତବରେ, ସ୍କ୍ରାପ୍ ନୀତି କେବଳ ଅର୍ଥନୀତିକୁ ବୃଦ୍ଧି କରିବ ନାହିଁ ବରଂ ଅଟୋମୋବାଇଲ ଶିଳ୍ପ ପାଇଁ ମଧ୍ୟ ଲାଭଦାୟକ ହେବ ଏବଂ ଯାନବାହାନର ପ୍ରଦୂଷଣକୁ ହ୍ରାସ କରିବାରେ ମଧ୍ୟ ସହାୟକ ହେବ ବୋଲି ସେ କହିଛନ୍ତି।
ସଡକ ପରିବହନ ଏବଂ ରାଜପଥ ସଚିବ ଗିରିଧର ଅରମାନେ କହିଛନ୍ତି ଯେ ଗାଡି ସ୍କ୍ରାପ୍ ନୀତିର ବଡ଼ ଲାଭ ଅଛି | ସେ କହିଛନ୍ତି ଯେ ଅନୁସନ୍ଧାନରୁ ଜଣାପଡିଛି ଯେ ଏକ ପୁରୁଣା ଚାରି ସିଟ୍ ବିଶିଷ୍ଟ ସେଡାନ ଗାଡିରେ ପାଞ୍ଚ ବର୍ଷ ମଧ୍ୟରେ ୧.୮ ଲକ୍ଷ ଟଙ୍କା କ୍ଷତି ହୋଇଥାଏ । ଏଥି ସହିତ, ଭାରୀ ଗାଡ଼ିରେ ତିନି ବର୍ଷ ମଧ୍ୟରେ ଆଠ ଲକ୍ଷ ଟଙ୍କା କ୍ଷତି ହୋଇଥାଏ | ଅରମାନେ କହିଛନ୍ତି,ଯେ ଏହି ନୀତି ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ଭାବେ ଲାଗୁ ହେବ | ସମସ୍ତ ଯାନକୁ ଏକ ସ୍ୱୟଂଚାଳିତ ଫିଟନେସ୍ ପରୀକ୍ଷା ଦେବାକୁ ପଡିବ | ଏଥିରେ କୌଣସି ହସ୍ତକ୍ଷେପ ହୋଇପାରିବ ନାହିଁ |