ଭାରତ ସହ ଆସନ୍ତା ୧୦୦ ବର୍ଷ ପର୍ଯ୍ୟନ୍ତ ଶତ୍ରୁତା କରିବୁନି : ପାକିସ୍ତାନ

ଇସଲାମାବାଦ : ଭାରତ ସହ ଆସନ୍ତା ୧୦୦ ବର୍ଷ ପର୍ଯ୍ୟନ୍ତ ଶତ୍ରୁତା କରିବନି, ବରଂ ବେପାର ବଣିଜ କରି ଭାରତ ସହ ଅର୍ଥନୈତିକ ସଂପର୍କ ବଢାଇବ ବୋଲି ପାକିସ୍ତାନ କହୁଛି । ଏହା ପାକିସ୍ତାନର ପଶ୍ଚାତାପ ଅଥବା ଏକ ନୂଆ ଛଳନା ତାହା ସମୟ କହିବ ।

ପାକିସ୍ତାନ ପକ୍ଷରୁ ପ୍ରସ୍ତୁତ ନୂଆ ଜାତୀୟ ସୁରକ୍ଷା ନୀତିରେ ଏକଥା କୁହାଯାଇଛି । ଏଥିରେ କୁହାଯାଇଛି ଯେ କଶ୍ମୀର ପ୍ରସଙ୍ଗରେ କୌଣସି ବୁଝାମଣା ନ ହୋଇ ମଧ୍ୟ ପାକିସ୍ତାନ ଭାରତ ସହ ବାଣିଜ୍ୟିକ କାରବାର ଆରମ୍ଭ କରିବ । ନିଜର ପଡ଼ୋଶୀ ଦେଶମାନଙ୍କ ସହ ସୁସମ୍ପର୍କ ରକ୍ଷା କରି ଆର୍ଥକ କୂଟନୀତି ଉପରେ ଗୁରୁତ୍ବ ଦିଆଯିବ । ଆସନ୍ତା ୧୦୦ ବର୍ଷ ପର୍ଯ୍ୟନ୍ତ ଭାରତ ସହ ଶତ୍ରୁତା ନ କରି ସୁସଂପର୍କ ରକ୍ଷା କରାଯିବ । ଆସନ୍ତା ଶୁକ୍ରବାର ଦିନ ଏହି ଜାତୀୟ ସୁରକ୍ଷା ନୀତିକୁ ପ୍ରକାଶ କରାଯିବ ।

ଗୁରୁତର ଆର୍ଥିକ ସଂକଟ ଦେଇ ଗତିକରୁଥିବା ପାକିସ୍ତାନ ଏବେ ନିଜର ଅସ୍ତିତ୍ବ ପାଇଁ ସଂଘର୍ଷ କରୁଛି । ଆତଙ୍କବାଦ ଯୋଗୁଁ ଅନ୍ତର୍ଜାତୀୟ ସ୍ତରରେ ଏକଘରକିଆ ହୋଇପଡ଼ିବା ଓ ଏଫଏଟିଏଫର ଧୂସର ତାଲିକାରେ ଥିବା ପାକିସ୍ତାନର ଅର୍ଥନୀତି ଏବେ ଦେବାଳିଆ ସ୍ଥିତିରେ ପହଞ୍ଚିଯାଇଛି । ଏ ପରିପ୍ରେକ୍ଷୀରେ ଭାରତ ସହ ଶତ୍ରୁତା ଅପେକ୍ଷା ସୁସଂପର୍କ ରକ୍ଷା କରି ଉନ୍ନତି କରିବାକୁ ପାକିସ୍ତାନ ଚାହୁଁଛି । ତେବେ ସତରେ ପାକିସ୍ତାନ ଏପରି କରିବାକୁ ଚାହଁଛି ବା ଏହା ପଛରେ କୌଣସି ଷଡ଼ଯନ୍ତ୍ର ଅଛି ତାହା  ସମୟ କହିବ ।

ସମ୍ବନ୍ଧିତ ଖବର