ନୂଆଦିଲ୍ଲୀ : କାର୍, ଟ୍ରକ୍ ଓ ବସ୍ରେ ବ୍ୟବହାର ହେଉଥିବା ଟାୟାର ପାଇଁ ଅକ୍ଟୋବର ୧ରୁ ନୂଆ ମାନକ ଲାଗୁ ହେବ। ଚକ ଗଡ଼ିବା ବେଳେ ସୃଷ୍ଟି ହେଉଥିବା ଶବ୍ଦ ପ୍ରଦୂଷଣ, ଚକ ଘୁରିବା ବେଳେ ମାଇଲେଜ୍କୁ ପ୍ରଭାବିତ କରୁଥିବା ଉପାଦାନ ଓ ଓଦା ସଡ଼କରେ ବ୍ରେକ୍ର ପ୍ରଦର୍ଶନକୁ ନେଇ ନୂଆ ମାନକ ଧାର୍ଯ୍ୟ କରାଯାଇଛି। ଏ ନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ଏପ୍ରିଲ୍ ପରଠାରୁ ସବୁ ଟାୟାର ଦୁଇଟି ମାନକ ଓ ଜୁନ୍ ସୁଦ୍ଧା ସବୁ ମାନକୁ ପାଳନ କରିବେ ବୋଲି ସରକାର କହିଛନ୍ତି।
ଅକ୍ଟୋବରରୁ ଟାୟାର ପାଇଁ ନୂଆ ମାନକ
/sambad/media/post_attachments/wp-content/uploads/2022/07/tyres.jpg)