ବ୍ରିଟେନ, ଦକ୍ଷିଣ-ଆଫ୍ରିକା ପରେ ନାଇଜେରିଆରେ କରୋନାର ନୂଆ ଭୁତାଣୁ ଚିହ୍ନଟ

ନୂଆଦିଲ୍ଲୀ :  ବ୍ରିଟେନରେ ଚିହ୍ନଟ ନୂଆ କରୋନା ଭାଇରସ ସାରା ବିଶ୍ବରେ ଆତଙ୍କ ଖେଳାଇଥିବାବେଳେ ଆଫ୍ରିକୀୟ ଦେଶ ନାଇଜେରିଆରେ କରୋନାର ଆଉ ଏକ ରୂପାନ୍ତରଣ ଦେଖିବାକୁ ମିଳିଛି ।

ଆବଶ୍ୟ ନାଇଜେରିଆରେ ଏହି ନୂତନ ଭୁତାଣୁ ଉପରେ ଅଧିକ ଗବେଷଣା ଚାଲିଛି । ଯଦି ନାଇଜେରିଆ ସରକାରଙ୍କ ଆଶଙ୍କା ସତ ହୁଏ, ତେବେ ବ୍ରିଟେନ ଓ ଦକ୍ଷିଣ ଆଫ୍ରିକା ପରେ ଏହା ହେବ କରୋନା ଭୁତାଣର ଆଉ ଏକ ନୂଆ ରୂପ । ଚିହ୍ନଟ ହୋଇଥିବା ଏହି ଭୁତାଣୁଟି ବ୍ରିଟେନ ଓ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଭୁତାଣୁଠାରୁ ଅଲଗା ବୋଲି ଆଫ୍ରିକା ସେଣ୍ଟର୍ସ ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ସନ ର ମୁଖ୍ୟ ଜନ କେଙ୍ଗାସଙ୍ଗ୍ କହିଛନ୍ତି । ସେ କହିଛନ୍ତି ଯେ ନାଇଜେରିଆ ସିଡିସି ଓ ଆଫ୍ରିକା ସେଣ୍ଟର ଅଫ ଏକ୍ସଲେନ୍ସ ଜେନୋମିକ୍ସ ଓ ଇନଫେକ୍ସିଅସ ଡିଜିଜ ଦ୍ବାରା ଏହି ଭୁତାଣୁ ଉପରେ ଅଧିକ ଗବେଷଣା ଚାଲିଛି ।

ଗତ କିଛି ଦିନ ହେଲା ଆଫ୍ରିକାରେ  କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଏହି ଦ୍ରୁତ ସଂକ୍ରମଣ ପଛରେ ନୂଆ ଭାଇରସ ଅଛି କି ନା ତାହା ଗବେଷଣା ସାପେକ୍ଷ ବୋଲି ଜନ କହିଛନ୍ତି । ସମଗ୍ର ଆଫ୍ରିକାରେ ଏବେ ପ୍ରାୟ ୨୫ ଲକ୍ଷ କରୋନା ଆକ୍ରାନ୍ତ ଅଛନ୍ତି ।

ସମ୍ବନ୍ଧିତ ଖବର