୨୧୦୦ ସୁଦ୍ଧା ସମୁଦ୍ର ପତ୍ତନ ୨ ଫୁଟ ବଢିବ, ବୁଡ଼ିଯିବ ଉପକୂଳବର୍ତ୍ତି ଅଞ୍ଚଳ

ନ୍ୟୁୟର୍କ: ଦ୍ରୁତ ତାପମାତ୍ରା ବୃଦ୍ଧି ଯୋଗୁଁ ବିଶ୍ୱ ଧୀରେ ଧୀରେ ଧ୍ୱଂସଆଡକୁ ଗତି କରୁଛି । ମେରୁ ଅଞ୍ଚଳର ବରଫ ତରଳିବା ଫଳରେ ସମୁଦ୍ରର ଜଳପତ୍ତନ ବୃଦ୍ଧି ପାଉଛି । ଆଗାମୀ ଦିନରେ ଏହି ପ୍ରକ୍ରିୟା ଆହୁରି ଦ୍ରୁତ ବଢିବ ଓ ୨୧୦୦ ସୁଦ୍ଧା ଜଳପତ୍ତନ ପ୍ରାୟ ୨ ଫୁଟ ବୃଦ୍ଧି ପାଇବ ବୋଲି ଏକ ଗବେଷଣାରୁ ଜଣାପଡିଛି । ଆମେରିକାର କଲୋରାଡୋ ବିଶ୍ୱ ବିଦ୍ୟାଳୟର ପ୍ରଫେସର ଷ୍ଟିଭ ନରିମଙ୍କ ନେତୃତ୍ୱରେ କରାଯାଇଥିବା ଏକ ଗବେଷଣାରୁ ଏହା ଜଣାଯାଇଛି । ଏହି ଗବେଷଣା କରିବା ଲାଗି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ଓ ୟୁରୋପୀୟ ମହାକାଶ ସଂସ୍ଥାର ୨୫ ବର୍ଷର ସାଟେଲାଇଟ୍‌ ତଥ୍ୟକୁ ତୁଳନା କରି ବିଶ୍ଳେଷଣ କରାଯାଇଥିଲା ।

ନରିମ କହିଛନ୍ତି ଯେ ଏହି ବେଗରେ ସମୁଦ୍ରପତନ ବୃଦ୍ଧି ପାଇଲେ ୨୧୦୦ ସୁଦ୍ଧା ସମୁଦ୍ର ପତନ ୨୬ ଇଞ୍ଚ ବୃଦ୍ଧି ପାଇବ । ଏହା ଦ୍ୱାରା ଅନେକ ଉପକୂଳବର୍ତ୍ତି ଅଂଚଳ ଜଳମଗ୍ନ ହେବ ଓ ଜୀବଜଗତ ପ୍ରତି ବିପଦ ଦେଖାଦେବ । ଏହାଫଳରେ ବିଶ୍ୱରେ ଖାଦ୍ୟାଭାବ ଦେଖାଯିବ ଓ ଗୃହଯୁଦ୍ଧ ଲାଗିଯିବ ବୋଲି ଏଥିରେ କୁହାଯାଇଛି ।

ସମ୍ବନ୍ଧିତ ଖବର