ନୂଆଦିଲ୍ଲୀ: ଭାରତରେ ଇଲେକ୍ଟ୍ରିକ୍ ସ୍କୁଟର, କାର୍ ଏବଂ ବାଇକ୍କୁ ପ୍ରୋତ୍ସାହିତ କରିବା ପାଇଁ ସରକାର ଫେମ୍ ୨ ଯୋଜନା ଗତ କିଛି ବର୍ଷ ହେଲା ଚାଲୁ ରଖିଥିଲେ। ଏହା ଅଧୀନରେ ଇଭି କ୍ରେତାମାନଙ୍କୁ ସବସିଡି ମିଳୁଥିଲା, ଯାହା ମାଧ୍ୟମରେ ସେମାନଙ୍କ ପାଇଁ ଇଲେକ୍ଟ୍ରିକ୍ ଯାନ କିଣିବା ସୁଲଭ ହେଉଥିଲା । ଫେମ୍-୨ ସବସିଡିରେ ଲୋକମାନେ କମ୍ ଦାମରେ ଇଲେକ୍ଟ୍ରିକ୍ ସ୍କୁଟର, ବାଇକ୍ ଓ ସ୍କୁଟର କିଣିବାର ସୁଯୋଗ ପାଉଥିଲେ। ଫେମ୍-୨ ସ୍କିମ୍ ର ଅବଧି ମାର୍ଚ୍ଚ ୩୧ରେ ଶେଷ ହୋଇଯାଇଛି ଓ ସରକାର ଏହାର ଅବଧି ବଢାଇନାହାନ୍ତି ।

Advertisment

ଇଭି ଶିଳ୍ପର ଚାହିଦା ସତ୍ତ୍ୱେ ସରକାର ଏହି ଯୋଜନାକୁ ବଢ଼ାଇ ନାହାନ୍ତି। କିନ୍ତୁ ଏବେ ଏହି ସ୍କିମ୍ ବନ୍ଦ ହେବା ଦ୍ୱାରା ଗ୍ରାହକଙ୍କ ପକେଟର ବୋଝ ବଢିବ । କିନ୍ତୁ ଆଶ୍ବସ୍ତିର କଥା ହେଉଛି ସରକାର ଫେମ-୨ ସ୍କିମ ସ୍ଥାନରେ ଆଉ ଏକ ନୂଆ ସ୍କିମ ଆରମ୍ଭ କରିଛନ୍ତି । ଏହି ନୂଆ ସ୍କିମର ନାଁ ହେଉଛି ଇଲେକ୍ଟ୍ରିକ୍ ମୋବିଲିଟି ପ୍ରୋମେସନ ସ୍କିମ ୨୦୨୪ (ଇଏମପିଏସ ୨୦୨୪) । ଏହି ସ୍କିମ ଅଧିନରେ ଦୁଇଚକିଆ ଯାନ ପାଇଁ ୧୦ ହଜାର ଟଙ୍କାର ସବସିଡି ଦିଆଯିବ । ପ୍ରାୟ ୩ ଲକ୍ଷ ୩୩ ହଜାର ଦୁଇଚକିଆ ଯାନ ପାଇଁ ଏହି ସବସିଡି ପ୍ରଦାନ କରାଯିବ ।

ସେହିପରି ୩ ଚକିଆ ଯାନ ପାଇଁ ୨୫ ହଜାର ଟଙ୍କାର ସବସିଡି ମିଳିବ ଓ ବଡ଼ ତିନିଚକିଆ ଯାନ ପାଇଁ ୫୦ ହଜାର ଟଙ୍କାର ସବସିଡି ମିଳିବ । ଏହି ସ୍କିମର ଅବଧି ଜୁଲାଇ ମାସ ପର୍ଯ୍ୟନ୍ତ ରହିବ ।