ଅଯୋଧ୍ୟା ବିବାଦର ଶୁଣାଣି ଲାଗି ନୂଆ ଖଣ୍ଡପୀଠ ଗଠନ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ରାମଜନ୍ମ ଭୂମି ବାବ୍ରୀ ମସ୍‌ଜିଦ୍‌ ସଂପର୍କିତ ମାମଲାର ବିଚାର ଲାଗି ସୁପ୍ରିମ୍‌କୋର୍ଟ ଏକ ନୂଆ ଖଣ୍ଡପୀଠ ଗଠନ କରିଛନ୍ତି। ଅକ୍ଟୋବର ୨୯ ତାରିଖ ଠାରୁ ଏହି ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ଏହି ନୂତନ ଖଣ୍ଡପୀଠ ମୁଖ୍ୟ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ୍‌ ଏସ୍‌.କେ.କାଉଲ୍‌ ଓ ଜଷ୍ଟିସ୍‌ କେ.ଏମ୍‌ .ଯୋଶେଫଙ୍କୁ ନେଇ ଗଠନ କରାଯାଇଛି। ଅକ୍ଟୋବର ୨୯ ଠାରୁ ମାମଲାର ନିୟମିତ ଶୁଣାଣି କରାଯିବ କିମ୍ବା ନିର୍ଦ୍ଦିଷ୍ଟ ତାରିଖରେ ଶୁଣାଣି କରାଯିବ ତାହା ନିଷ୍ପତ୍ତି କରାଯିବ।

ଉଲ୍ଲେଖଯୋଗ୍ୟ କି ଏହା ପୂର୍ବରୁ ବିଦାୟୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ର ଏବଂ ଜଷ୍ଟିସ୍‌ ଅବଦୁଲ୍‌ ନାଜିର୍‌ ଓ ଜଷ୍ଟିସ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଥିଲେ।

ସମ୍ବନ୍ଧିତ ଖବର