ଛାନିଆ କଲାଣି କୋଭିଡ୍୧୯ର ନୂଆ ଲକ୍ଷଣ: ବୃକକ୍, ଫୁସ୍‌ଫୁସ୍‌, ମସ୍ତିଷ୍କରେ ଜମାଟ ବାନ୍ଧୁଛି ରକ୍ତ

ନ୍ୟୁୟର୍କ: ଗତ ମାସ ମଧ୍ୟଭାଗ ଆଡ଼କୁ ଆମେରିକାର ନ୍ୟୁୟର୍କ ସହରରେ କରୋନା ଭୂତାଣୁ ବ୍ୟାପିବା ଅବସରରେ ସ୍ଥାନୀୟ ମାଉଣ୍ଟ୍୍ ସିନାଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା କୋଭିଡ୍–୧୯ ରୋଗୀଙ୍କ ରକ୍ତରେ ଡାକ୍ତରମାନେ ଏକ ଅଜବ ଘଟଣା ଲକ୍ଷ୍ୟ କରିଥିଲୋ ରୋଗୀଙ୍କ ଶରୀରର ବିଭିନ୍ନ ପ୍ରତ୍ୟଙ୍ଗରେ ରକ୍ତ ଜମାଟ ବାନ୍ଧିଥିବା ଜଣାପଡି଼ବା ପରେ ବିଭିନ୍ନ ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଘାବରାଇ ଯାଇଥିଲୋ କାରଣ କରୋନା ଭୂତାଣୁ କେବଳ ଶ୍ବାସକ୍ରିିୟା ଜନିତ ସମସ୍ୟା ସୃଷ୍ଟି କରିବ ବୋଲି ସେମାନଙ୍କର ରହିଥିବା ଧାରଣାରେ ଆଉ କିଛି ନୂଆ ଅନୁଧ୍ୟାନ ଯୋଡି଼ବାକୁ ପଡି଼ଥିଲାା କରୋନା ଭୂତାଣୁମାନେ ଯେ ରୋଗୀର ଶରୀରକୁ ଅନ୍ୟ ଉପାୟରେ ମଧ୍ୟ ଧ୍ବଂସ କରିପାରନ୍ତି, ସେ କଥା ସେମାନେ ଅନୁମାନ ଲଗାଇ ପ୍ରମାଣ ସାଉଁଟିବାରେ ଲାଗିପଡି଼ଥିଲୋ

ମାଉଣ୍ଟ୍ ସିନାଇ ଡାକ୍ତରଖାନାର ବିଭିନ୍ନ ବିଭାଗର ଅନୁଧ୍ୟାନ ଅନୁଯାୟୀ, ଡାୟାଲେସିସ୍‌ ପାଇଁ ଆସିଥିବା ରୋଗୀ ବ୍ୟବହାର କରିଥିବା କାଥେଟରରେ ରକ୍ତକଣିକା ଜମାଟ ବାନ୍ଧି ଲାଗିଥିବା ଜଣାପଡି଼ଥିଲାା ସେହିପରି ଯାନ୍ତ୍ରିକ ଭେଣ୍ଟିଲେଟରରେ ଥିବା ରୋଗୀମାନଙ୍କର ଫୁସଫୁସ ଠାଏ ଠାଏ ରକ୍ତଶୂନ୍ୟ ହୋଇଯାଇଥିଲାା ସ୍ନାୟୁ ବିଭାଗରେ ଭର୍ତ୍ତିହୋଇଥିବା ରୋଗୀଙ୍କର ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବା ମଧ୍ୟ ଜଣାପଡି଼ଥିଲାା ତେବେ ସାଧାରଣତଃ ବୟସ୍କମାନଙ୍କ କ୍ଷେତ୍ରରେ ହିଁ ମସ୍ତିଷ୍କଘାତ ଯୋଗୁଁ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବା ଆଶଙ୍କା ଅଧିକ ଥିବା ବେଳେ ମାଉଣ୍ଟ୍ ସିନାଇ ଡାକ୍ତରଖାନାରେ ଅପେକ୍ଷାକୃତ କମ୍ ବୟସ୍କ କୋଭିଡ୍–୧୯ ପୀଡି଼ତଙ୍କ ଠାରେ ଏପରି ଦେଖାଯାଇଥିଲାା ସୁତରାଂ ଏହି ଦୁଃସାଧ୍ୟ ରୋଗ କେବଳ ଫୁସ୍‌ଫୁସ୍‌ ସମସ୍ୟା ନୁହେଁ, ତା’ଠାରୁ ଯଥେଷ୍ଟ ଅଧିକ ବୋଲି ସେଠାକାର ସ୍ନାୟୁଶଲ୍ୟ ବିଶେଷଜ୍ଞ ଡା. ଜେ ମକ୍କୋ କହିଛନ୍ତିା ଅନେକସ୍ଥଳେ ମସ୍ତିଷ୍କଘାତ ହିଁ କୋଭିଡ୍–୧୯ ରୋଗୀର ପ୍ରାଥମିକ ଲକ୍ଷଣ ବୋଲି ସେ ମତ ରଖିଥିଲୋ ତେବେ ଡାକ୍ତରଖାନାର ଅନ୍ୟ ବିଭିନ୍ନ ବିଭାଗର ବିଶେଷଜ୍ଞମାନେ ନିଜ ନିଜର ନିରୀକ୍ଷଣ ପରିବେଷଣ କଲା ପରେ ସେମାନେ ଏହି ରୋଗର ଚିକିତ୍ସା ପ୍ରଣାଳୀ ବଦଳାଇଥିଲୋ ସେହି ଅନୁସାରେ କୋଭିଡ୍–୧୯ ରୋଗୀଟିଏ ଚିକିତ୍ସା ପାଇଁ ଆସିଲେ ପ୍ରଥମେ ତାହାର ରକ୍ତକୁ ପତଳା ହେବା ପାଇଁ ଔଷଧ ପ୍ରୟୋଗ କରାଯାଉଛିା ରକ୍ତ ଆଉ ଜମାଟ ବାନ୍ଧିବାର ଆଶଙ୍କା ଦୂର ହେଲେ ହିଁ ଅନ୍ୟ ରୋଗ ପାଇଁ ଉପଚାର କରାଯାଉଛିା କାରଣ ରକ୍ତ ଜମାଟ ବାନ୍ଧିବାକୁ ପ୍ରଥମରୁ ନିୟନ୍ତ୍ରଣ କରାଯାଇ ପାରିଲେ ହିଁ ରୋଗୀକୁ ଅତିଶୟ ଗୁରୁତର ହେବାରୁ ରକ୍ଷା କରାଯାଇପାରିବ ବୋଲି ଅନ୍ୟତମ ବିଶେଷଜ୍ଞ ତଥା ଉକ୍ତ ଡାକ୍ତରଖାନାର ମୁଖ୍ୟ ଡା. ଡେଭିଡ୍ ରିଚ୍ କହିଛନ୍ତିା ଅବଶ୍ୟ କିଛି ନିର୍ଦ୍ଦିଷ୍ଟ ଗୁରୁତର କୋଭିଡ୍–୧୯ ରୋଗୀଠାରେ ଏହି ନୂତନ ଉପଚାର ପ୍ରଣାଳୀ ପ୍ରୟୋଗ କରାଯିବନାହିାଁ

ସମ୍ବନ୍ଧିତ ଖବର