ସାମ୍ନାକୁ ଆସିଲା କୋଭିଡ୍-୧୯ର ୬ ନୂଆ ଲକ୍ଷଣ

ନ୍ୟୁୟର୍କ: ସମ୍ପ୍ରତି ବିଶ୍ବ ପାଇଁ ହାହାକାର ସ୍ଥିତିି ଆଣିଦେଇଥିବା ମହାମାରୀ କୋଭିିଡ୍–୧୯ କବଳରୁ ମୁକୁଳିବା ପାଇଁ ଅଦ୍ୟାବଧି କେବଳ ସାମାଜିକ ଦୂରତ୍ବ ହିଁ ଶ୍ରେୟ ପ୍ରତିକାର ହୋଇଛିା ତେବେ ନିର୍ଦ୍ଦିଷ୍ଟ ଜଣାଶୁଣା ଲକ୍ଷଣ ଭିତ୍ତିରେ କରୋନା ରୋଗୀଙ୍କୁ ଚିହ୍ନଟ କରି ଏହା ବଜାୟ ରଖାଯାଉଥିବା ବେଳେ କୌଣସି ତଥାକଥିତ ଲକ୍ଷଣ ନଥାଇ ମଧ୍ୟ ଜଣେ କରୋନାଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବାର ଅନେକ ନଜିର ରହିଛ ଯାହାକି ବିଶେଷଜ୍ଞମାନଙ୍କ ପାଇଁ ସବୁଠୁ ବେଶୀ ମୁଣ୍ତବିନ୍ଧାର କାରଣ ସାଜିଛିା ତେବେ କରୋନା ଚିହ୍ନଟ ପାଇଁ ଦିନକୁ ଦିନ ନୂଆ ନୂଆ ଲକ୍ଷଣର ସଂଖ୍ୟା ବଢ଼ିଚାଲିଥିବା ବେଳେ ନିକଟରେ ଆମେରିକାର ଶୀର୍ଷ ସରକାରୀ ଜନସ୍ବାସ୍ଥ୍ୟ ପରିଚାଳନା ସଂସ୍ଥା ରୋଗ ଓ ଭେଷଜ ନିୟନ୍ତ୍ରଣ କେନ୍ଦ୍ର ବା ସିଡିସି ଉକ୍ତ ରୋଗର ଆଉ ଛଅଟି ଲକ୍ଷଣ ଯୋଗ କରିଛିା

ଏହାଦ୍ବାରା କରୋନା ରୋଗୀଙ୍କୁ ଅଧିକରୁ ଅଧିକ ଚିହ୍ନଟ କରାଯାଇପାରିବ ବୋଲି ଆଶା କରାଯାଉଛିା ସେହି ସବୁ ଲକ୍ଷଣଗୁଡି଼କ ମଧ୍ୟରେ ଝିମ୍ ଝିମ୍ ଲାଗିବା ସହ ଦେହ ଥରିବା, ମାଂସପେଶୀରେ ଯନ୍ତ୍ରଣା, ମୁଣ୍ତବିନ୍ଧା, ତଣ୍ଟି ବସିବା ଏବଂ କୌଣସି ସ୍ବାଦ ଓ ଗନ୍ଧ ହରେଇ ବସିବା ଆଦି ରହିଛିା ବର୍ତ୍ତମାନ ସୁଦ୍ଧା ଚିକିତ୍ସା ବିଶେଷଜ୍ଞମାନେ ଅଭିନବ କରୋନାଭୂତାଣୁ ସାର୍ସ–କୋଭ୍–୨ର ବିଭିନ୍ନ ଗୁଣ ସମ୍ପର୍କରେ ଜାଣିବା ପାଇଁ ଗବେଷଣା ଜାରି ରଖିଥିବା ବେଳେ ସିଡିସି ପକ୍ଷରୁ ଏହି ଘାତକ ରୋଗର ଉପରୋକ୍ତ ଛଅଟି ନୂଆ ଲକ୍ଷଣ ଜନହିତରେ ପ୍ରକାଶ କରାଯାଇଛିା ସ୍ମରଣ ଥାଉ କି, ପୂର୍ବରୁ ଜ୍ବର ହେବା, କାଶ ହେବା ଏବଂ ଦ୍ରୁତ ନିଶ୍ବାସପ୍ରଶ୍ବାସ ନେବା ଆଦି ଏହି ରୋଗର ଜଣାଶୁଣା ସାଧାରଣ ଲକ୍ଷଣ ଭାବେ ପରିଗଣିତ ହେଉଥିଲାା ସେହିପରି ଦୁଇ ଦିନରୁ ଦୁଇ ସପ୍ତାହ ଯାଏ ଏହି ସବୁ ଲକ୍ଷଣ ଦେଖାଉଥିବା କୋଭିଡ୍–୧୯ ଆକ୍ରାନ୍ତମାନେ ବେଳେବେଳେ ଅତି ସାମାନ୍ୟ ଜଣାପଡି଼ିବା ଠାରୁ ଆରମ୍ଭ କରି ଗୁରୁତର ଅସୁସ୍ଥ ହୋଇପଡି଼ବା ଭଳି ସ୍ଥିତିକୁ ମଧ୍ୟ ଚାଲି ଆସିଥାନ୍ତିା ବୋଲି ସିଡିସି ପକ୍ଷରୁ ଏହାର ଓ୍ବେବ୍ସାଇଟରେ କୁହାଯାଇଛିା ସେହିପରି ଉକ୍ତ ସଂସ୍ଥା ପକ୍ଷରୁ ମଧ୍ୟ ଆଶୁ ଚିକିତ୍ସା ଲୋଡୁଥିବା କିଛି ଲକ୍ଷଣ ସମ୍ପର୍କରେ ସତର୍କ କରାଇ ଦିଆଯାଇଛିା ସେଗୁଡି଼କ ମଧ୍ୟରେ ଶ୍ବାସକ୍ରିୟାରେ କ୍ରମାଗତ କଷ୍ଟ ଅନୁଭବ କରିବା, ଛାତି ଭିତରେ ଯନ୍ତ୍ରଣା ବା ଚାପ ଅନୁଭବ କରିବା, ମୁହଁ ଏବଂ ଓଠ ଆଦି ପାଉଁଶିଆ ବା ନିଷ୍ପ୍ରଭ ଦେଖାଯିବା ଆଦି ରହିଛିା

ସମ୍ବନ୍ଧିତ ଖବର