ଚେନ୍ନାଇ: ୩୩ଜଣ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ଆଜି ‘ଡିଏମ୍କେ’ର ଅଧ୍ୟକ୍ଷ ଏମ୍.କେ. ଷ୍ଟାଲିନ୍ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି କିନ୍ତୁ, କୌତୂହଳର କଥା ହେଲା, ଏଥର ତାମିଲନାଡୁର ନୂଆ କ୍ୟାବିନେଟ୍ରେ ଜଣେ ଷ୍ଟାଲିନ୍, ଜଣେ ଗାନ୍ଧୀ ଓ ଜଣେ ନେହେରୁଙ୍କର ଅପୂର୍ବ ସମାବେଶ ଘଟିଛି।
ଆଜି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ଏମ୍.କେ. ଷ୍ଟାଲିନ୍ଙ୍କ ନାମକରଣ ସୋଭିଏତ୍ ଦେଶର ଦିବଂଗତ ନେତା ଜୋସେଫ୍ ଷ୍ଟାଲିନ୍ଙ୍କ ନାମାନୁସାରେ ହୋଇଥିଲା। ଏଥିସହ ତାମିଲନାଡୁର ଗୃହମନ୍ତ୍ରୀ ଭାବେ ମଧ୍ୟ ସେ ଶପଥ ନେଇଛନ୍ତି।
Image Courtesy of Zee Newsପୂର୍ବତନ ମନ୍ତ୍ରୀ ତଥା ତିରୁଚିରାପଲ୍ଲୀର ପ୍ରଭାବଶାଳୀ ବ୍ୟକ୍ତିତ୍ବ କେଏନ୍ ନେହରୁ ମଧ୍ୟ ଆଜି ପୌର ପ୍ରଶାସନ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। କେ.ଏନ୍.ଙ୍କ ପିତା କଂଗ୍ରେସ ନେତା ପଣ୍ଡିତ ନେହେରୁଙ୍କର ଦୃଢ଼ ସମର୍ଥକ ଥିଲେ। ତେଣୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀଙ୍କ ଜବାହରଲାଲ୍ ନେହେରୁଙ୍କ ନାମାନୁସାରେ କେ.ଏନ୍.ଙ୍କ ନାମକରଣ ହୋଇଛି। ସୂଚନାଯୋଗ୍ୟ, ପୂର୍ବତନ ‘ଡିଏମ୍କେ’ ସରକାରରେ ଷ୍ଟାଲିନ୍ ନିଜେ ଏହି ବିଭାଗର ଦାୟିତ୍ବରେ ଥିଲେ।
Image Courtesy of India Todayତୃତୀୟ କ୍ୟାବିନେଟ୍ ମନ୍ତ୍ରୀ ହେଉଛନ୍ତି ଆର୍. ଗାନ୍ଧୀ। ଆଜି ସେ ତାମିଲନାଡୁ ସରକାରରେ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ ଭାବେ ଶପଥ ପାଠ କରିଛନ୍ତି। ତାଙ୍କ ନାମକରଣ ବିଷୟରେ ତଥ୍ୟ ହସ୍ତଗତ ହୋଇ ନାହିଁ। କିନ୍ତୁ, ତିନି ମନ୍ତ୍ରୀଙ୍କୁ ଏଥର ତାମିଲନାଡୁ ସରକାରରେ ‘ଷ୍ଟାଲିନ୍-ନେହରୁ-ଗାନ୍ଧୀ’ ସମାହାର ବୋଲି ଅଭିହିତ କରାଯାଉଛି।
ଏଥର ତାମିଲନାଡୁ ବିଧାନସଭା ନିର୍ବାଚନରେ ‘ଡିଏମ୍କେ’ ନେତୃତ୍ବାଧୀନ ମେଣ୍ଟ ୧୫୯ଟି ଆସନରେ ବିଜୟ ହାସଲ କରି ଦୀର୍ଘ ଦିନର ‘ଏଆଇଏଡିଏମ୍କେ’ ଶାସନର ଅବସାନ ଘଟାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Tamil-Nadu-Cabinet_Thumbnail.jpg)