କାନ୍ଦିପାରନ୍ତି ପାକିସ୍ତାନ ଜନତା! ଇମ୍ରାନ ଲଗାଇଲେ କଡା ଟିକସ

ଇସଲାମବାଦ:  ଏବେ ବେହାଲ ହୋଇପଡିଛି ପାକିସ୍ତାନର ଅର୍ଥବ୍ୟବସ୍ଥା | ଏହାକୁ ମୁକାବିଲା କରିବାକୁ ପାକିସ୍ତାନର ଇମ୍ରାନ ଖାନ୍  ସରକାର କିଛି ଏଭଳି ନିଷ୍ପତ୍ତି ନେଇଛନ୍ତି, ଯେଉଁଥିପାଇଁ ପାକିସ୍ତାନର ସାଧାରଣ ଜନତାଙ୍କୁ କାନ୍ଦିବାକୁ ପଡିପାରେ | ପାକିସ୍ତାନ ସରକାର ପୂର୍ଣ୍ଣକାଳୀନ ବଜେଟ ଉପସ୍ଥାପନ କରିଥିବା ବେଳେ ନୂଆ ଟିକସ ଲାଗୁ କରିଛନ୍ତି | କୁହାଯାଉଛି, ଇମ୍ରାନ ସରକାରଙ୍କ ଏହି ନୂଆ ଟିକସ ଫଳରେ ପାକିସ୍ତାନ ଅର୍ଥନୀତିରେ ସୁଧାର ଆସିପାରେ |

କିନ୍ତୁ ପାକିସ୍ତାନ ଜନତାଙ୍କୁ ବହୁ କଷ୍ଟ ସ୍ୱୀକାର କରିବାକୁ ପଡିବ| ପାକିସ୍ତାନ ଅର୍ଥମନ୍ତ୍ରୀ ହାମାଦ ଆଝାର କହିଛନ୍ତି ଯେ ଏଥର ୩୬.୫ ଆରବ ଡଲାରର ରାଜସ୍ୱ ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି, ଯାହାକି ଗତ ବର୍ଷର ରାଜସ୍ୱଠାରୁ ୩୦ ପ୍ରତିଶତ ଅଧିକ ରହିବ | ଏଠାରେ ସୂଚନା ଥାଉ କି ପାକିସ୍ତାନରେ ୨୧ କୋଟି ଜନସଂଖ୍ୟା ଥିବାବେଳେ ମାତ୍ର ୨୦ ଲକ୍ଷ ଲୋକ ହିଁ ଟିକସ ଭରିଥାନ୍ତି| ତେବେ ଏଭଳି ନୂଆ ଟିକସ ଲାଗୁ କରିବା ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ବୃଦ୍ଧି ଘଟିବ |

ଟିକସ ବଢାଇବା ପରେ ପ୍ରଧାନମନ୍ତ୍ରୀ  ଇମ୍ରାନ କହିଛନ୍ତି ଯେ ଆମେ ସାଂସଦ ଓ ବିଧାୟକଙ୍କ ଦରମା ୧୦ ପ୍ରତିଶତ କାଟିବାକୁ ମଧ୍ୟ ନିଷ୍ପତ୍ତି ନେଇଛୁ। ଯଦି ଆମେ ସମସ୍ତେ କିଛି କିଛି ତ୍ୟାଗ କରିବା ତେବେ ଦେଶକୁ ଆର୍ଥିକ ସଙ୍କଟରୁ ମୁକୁଳେଇ ପାରିବା |

ସମ୍ବନ୍ଧିତ ଖବର