ନୂଆଦିଲ୍ଲୀ: ଜାତୀୟ ରାଜପଥରେ ଟୋଲ୍ ପେମେଣ୍ଟକୁ ଆହୁରି ଡିଜିଟାଲ୍ କରିବା ପାଇଁ ସରକାର ଏକ ନୂତନ ନିୟମ ଲାଗୁ କରିଛନ୍ତି। ଫାଷ୍ଟାଗ୍ ନଥିବା ଗାଡ଼ି ପାଇଁ ନଗଦ ଦେୟ ଏବେ ମହଙ୍ଗା ହେବ । ତେବେ ୟୁପିଆଇ ବ୍ୟବହାର କରି ପେମେଣ୍ଟ କରିବା ପାଇଁ କମ ଶୁଳ୍କ ଦେବାକୁ ପଡିବ।
ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଅନୁଯାୟୀ, ୨୦୦୮ର ଜାତୀୟ ରାଜପଥ ଟୋଲ୍ ନିୟମ ସଂଶୋଧନ କରାଯାଇଛି। ନୂତନ ନିୟମ ୧୫ ନଭେମ୍ବର, ୨୦୨୫ରୁ କାର୍ଯ୍ୟକାରୀ ହେବ। ଏହା ଅଧୀନରେ, ଯଦି କୌଣସି ଗାଡ଼ି ଫାଷ୍ଟାଗ୍ ବିନା ଟୋଲ୍ ପ୍ଲାଜା ଦେଇ ଯାଏ ଏବଂ ନଗଦରେ ଦେୟ ପ୍ରଦାନ କରେ, ତେବେ ତାକୁ ଦୁଇଗୁଣ ଟୋଲ୍ ଦେବାକୁ ପଡିବ। କିନ୍ତୁ, ଯଦି ସମାନ ଗାଡ଼ି ୟୁପିଆଇ ମାଧ୍ୟମରେ ଦେୟ ପ୍ରଦାନକରେ, ତେବେ ତାକୁ କେବଳ ୧.୨୫ ଗୁଣ ଟୋଲ୍ ଦେବାକୁ ପଡିବ। ଉଦାହରଣ ସ୍ୱରୂପ, ଫାଷ୍ଟାଗ୍ ବ୍ୟବହାର କରି ୧୦୦ ଟଙ୍କା ଟୋଲ୍ ଦେଲେ ୨୦୦ ଟଙ୍କା ନଗଦ ଏବଂ ୟୁପିଆଇରେ ୧୨୫ ଟଙ୍କା ଦେବାକୁ ପଡିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/10/04/fastag-2025-10-04-22-46-59.jpg)