ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବଢିଚାଲିଥିବା କରୋନା ସଂକ୍ରମଣ ସରକାରଙ୍କ ଚିନ୍ତା ବଢାଇଦେଇଛି । ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୫୦୧ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଓ ଦିଲ୍ଲୀର ପଜିଟିଭିଟି ହାର ୭.୭୨ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି ସରକାରୀ ତଥ୍ୟରୁ ଜଣାପଡିଛି ।
ତେବେ ଦିଲ୍ଲୀରେ ଦ୍ରୁତ ଗତିରେ ବଢିଚାଲିଥିବା ଦୈନିକ ସଂକ୍ରମଣ କରୋନାର ଏକ ନୂଆ ଭାରିଆଣ୍ଟ ବା ପ୍ରଜାତି ଆଡ଼କୁ ଇସାରା କରୁଛି କି ? ସରକାର ମଧ୍ୟ ଏପରି ସଂଦେହ କରୁଛି । ଏଥିପାଇଁ ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ର (ଏନସିଆର) ଅଞ୍ଚଳର ବିଭିନ୍ନ ଭାଗରୁ ନମୁନା ସଂଗ୍ରହ କରି ଜିନୋମ ସିକ୍ବେନ୍ସିଂ ପାଇଁ ପଠାଯାଇଛି । ଏହି ଜିନୋମ ସିକ୍ବେନ୍ସିଂର ଫଳାଫଳ ଆସନ୍ତା ଏକ ସପ୍ତାହ ମଧ୍ୟରେ ଆସିବାର ସମ୍ଭାବନା ରହିଛି ।
ତେବେ ଦିଲ୍ଲୀରେ କରୋନାର ୪ର୍ଥ ଲହର ଆସୁଛି କି ? ଏହାର ଉତ୍ତରରେ ବୈଜ୍ଞାନିକମାନେ କହିଛନ୍ତି ଯେ ଏପର୍ଯ୍ୟନ୍ତ ୪ର୍ଥ ଲହରର କୌଣସି ସଂକେତ ଦେଖାଯାଇନାହିଁ । ଦିଲ୍ଲୀରେ ସଂକ୍ରମଣ ବଢୁଛି କିନ୍ତୁ ହସପିଟାଲାଇଜେସନ ବଢିନାହିଁ । ଏଣୁ ଚିନ୍ତାର କୌଣସି କାରଣ ନାହିଁ । କିନ୍ତୁ ଆମକୁ ଏହି ସ୍ଥିତି ଉପରେ ନଜର ରଖିବାକୁ ପଡିବ ।
କାନପୁର ଆଇଆଇଟିର ପ୍ରଫେସର ମନିନ୍ଦ୍ର ଅଗ୍ରଓ୍ବାଲ କହିଛନ୍ତି ଯେ ଭାରତରେ ୪ର୍ଥ ଲହର ଆସିବାର ଆଶଙ୍କା କମ । ଦିଲ୍ଲୀରେ ଏବେ ବଢୁଥିବା ସଂକ୍ରମଣ କୋଭିଡ୍ କଟକଣା ଉଠାଯିବା କାରଣରୁ ହେଉଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Is-There-New-Covid-Varint-of-Covid-in-Delhi_Thumbnail-1.jpg)