ନୂଆଦିଲ୍ଲୀ : ଖାଲିସ୍ତାନ ସମର୍ଥକ ବିଚ୍ଛିନ୍ନତାବାଦୀ ତଥା ‘ୱାରିସ୍ ପଞ୍ଜାବ ଦେ’ ମୁଖ୍ୟ ପଳାତକ ଅମୃତପାଲ ସିଂହର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି, । ଏହି ଭିଡିଓରେ ସେ କହୁଛି ଯେ ତାର କେହି କିଛି କରିପାରିବେ ନାହିଁ । ଷଡ଼ଯନ୍ତ୍ର କରି ପୁଲିସ ତା ଉପରେ ଏନଏସଏ ଲଗାଇଛି । ସେ ଆହୁରି ମଧ୍ୟ ଦାବି କରିଛି ଯେ ସେ ଶିଖ ସମ୍ପ୍ରଦାୟର ଅଧିକାର ପାଇଁ ଲଢୁଛନ୍ତି । ଶିଖମାନେ ଏକାଠି ହେବାକୁ ସେ ଆହ୍ବାନ ଜଣାଇଛି ।
BIG BREAKING ⚡️
Fugitive Amrit Pal shared a pre-recorded video, for the first time since 18th March.
Doesn’t mention Khalstan, Instead has called upon Jathedar of Akal takht, Sikh community in India & abroad to “fight the injustice”. Saying that his aides have been arrested… pic.twitter.com/F31eD8GND1
— Megh Updates 🚨™ (@MeghUpdates) March 29, 2023
୪୦ ମିନିଟର ଏହି ଭିଡିଓରେ ସେ କହିଛି ଯେ ତା ଉପରେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ତା ବିରୋଧରେ ନୁହେଁ, ବରଂ ସମଗ୍ର ଶିଖ ସଂପ୍ରଦାୟ ବିରୋଧରେ ଏକ କାର୍ଯ୍ୟାନୁଷ୍ଠାନ । ଯଦି ସରକାର ତାକୁ ଗିରଫ କରିବାକୁ ଚାହିଁଥାଆନ୍ତେ, ତେବେ ତା ଘରୁ ତାକୁ ଗିରଫ କରିପାରିଥାନ୍ତେ । ତେବେ ଗିରଫ ହେବା ପାଇଁ ତାକୁ ଭୟ ନାହିଁ ବୋଲି ସେ କହିଛି ।
ସେପଟେ ତାଙ୍କ ଆତ୍ମସମର୍ପଣକୁ ନେଇ କଳ୍ପନାଜଳ୍ପନା ଚାଲିଛି, ଯାହାର ଉତ୍ତରରେ ଅମୃତସର ପୋଲିସ କମିଶନର ନୌନିହାଲ ସିଂହ କହିଛନ୍ତି ଯେ ବର୍ତ୍ତମାନ ତାଙ୍କ ପାଖରେ ଏ ସମ୍ପର୍କରେ କୌଣସି ସୂଚନା ନାହିଁ କିମ୍ବା ଅମୃତପାଲ ସେମାନଙ୍କ ସମ୍ମୁଖରେ କୌଣସି ସର୍ତ୍ତ କିମ୍ବା ଦାବି ରଖିଛନ୍ତି ।