ତିହାର ଜେଲରେ ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଦରବାର !

ନୂଆଦିଲ୍ଲୀ : ଦିଲ୍ଲୀର ତିହାର ଜେଲରେ ବନ୍ଦୀ ଥିବା ଆପ୍ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଗୋଟିଏ ନୂଆ ଭିଡିଓ ଆସିଛି । ସେଥିରେ ସେ କିଛି ଲୋକଙ୍କୁ ଭେଟୁଥିବା ଦେଖାଯାଉଛି । ଏହି ନୂଆ ଭିଡିଓ ଆସିବା ପରେ ବିଜେପି ପୁଣି ଥରେ ଆପକୁ ଟାର୍ଗେଟ୍ କରିଛି ।

ଏହି ଭିଡିଓ ଗତ ସେପ୍ଟେମ୍ବର ୧୨ ତାରିଖ ରାତି ପ୍ରାୟ ୮ଟା ହେବ ବୋଲି କୁହାଯାଉଛି । ଏହି ଭିଡିଓରେ ସେ ଅତିଥିମାନଙ୍କ କେତେକ ଲୋକଙ୍କ ସହ ଆଲୋଚନା କରୁଥିବା ଦେଖାଯାଉଛି । ଉକ୍ତ ଲୋକମାନେ କଏଦୀ ବୋଲି ଜଣାପଡ଼ିଛି । ଏହି ସମୟରେ ଜେଲ ନମ୍ବର-୭ର ଅଧୀକ୍ଷକ ଅଜିତ କୁମାର ମନ୍ତ୍ରୀ ଜୈନଙ୍କ କୋଠରୀକୁ ଆସୁଛନ୍ତି ଏବଂ କଏଦୀମାନେ ବାହାରକୁ ଚାଲିଯାଉଛନ୍ତି । ମନ୍ତ୍ରୀ ଶୋଇରହି ଅଜିତଙ୍କ ସହ ଆଲୋଚନା କରୁଛନ୍ତି । ସୂଚନାଯୋଗ୍ୟ ଯେ ମନ୍ତ୍ରୀ ସତ୍ୟେନ୍ଦ୍ରଙ୍କୁ ଜେଲରେ ଭିଆଇପି ସୁବିଧା ପ୍ରଦାନ କରାଯାଉଥିବା ଅଭିଯୋଗ ଆସିବା ପରେ ଅଜିତ କୁମାର ଏବେ ନିଲମ୍ବିତ ଅଛନ୍ତି ।

ଆଉ ଏକ ଭିଡିଓରେ ସତ୍ୟେନ୍ଦ୍ର ଜୈନ ଜେଲରେ ରହି ଫଳ ସାଲାଡ ଖାଉଥିବା ଦେଖାଯାଉଛି । ସେ ମଧ୍ୟ ଜେଲର ଖାଦ୍ୟକୁ ନେଇ ଅଭିଯୋଗ କରୁଥିବା ଦେଖାଯାଉଛି ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀର ରସ ଆଭେନ୍ୟୁ କୋର୍ଟ ଶନିବାରଦିନ ସତ୍ୟେନ୍ଦ୍ର ଜୈନଙ୍କୁ ବାହାର ଖାଦ୍ୟ ଯୋଗାଣ ପାଇଁ ଅନୁମତି ଦେଇନଥିଲେ ।

ପୂର୍ବରୁ ଆସିଥିବା ଏକ ଭିଡିଓରେ ଜଣେ ବ୍ୟକ୍ତି ଜୈନଙ୍କୁ ମାଲିସ କରୁଥିବା ଦେଖାଯାଇଥିଲା । ଏହି ଭିଡିଓକୁ ନେଇ ବିଜେପି ଓ କଂଗ୍ରେସ ପକ୍ଷରୁ ଆପକୁ ଟାର୍ଗେଟ୍ କରାଯିବା ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ କହିଥିଲେ ଯେ ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ଫିଜିଓଥେରାପି କରାଯାଇଥିଲା ।

 

ସମ୍ବନ୍ଧିତ ଖବର