ସର୍ଜିଲ ଇମାମର ଆଉ ଏକ ଉତ୍ତେଜକ ଭିଡ଼ିଓ, ଦେଶଦ୍ରୋହ ମାମଲା ରୁଜ୍ଜୁ କଲା ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ : ଦିଲ୍ଲୀରେ ଚାଲିଥିବା ସାହିନବାଗ ଆନ୍ଦୋଳନରେ ଭାରତ ବିରୋଧୀ ଭାଷଣ ଦେଇଥିବା ସର୍ଜିଲ ଇମାମ ବିରୁଦ୍ଧରେ ଦିଲ୍ଲୀ ପୁଲିସ ଦେଶଦ୍ରୋହ ମାମଲା ରୁଜ୍ଜୁ କରିଛି । ଏହା ପରେ ବିହାରରେ ଥିବା ସର୍ଜିଲର ଘରେ ଦିଲ୍ଲୀ ଓ ବିହାର ପୁଲିସ ପକ୍ଷରୁ ମିଳିତ ଚଢଉ କରାଯାଇଛି । ଏହି ଚଢଉ ବେଳେ ତାହାର ଦୁଇଜଣ ସଂପର୍କୀୟଙ୍କୁ ଅଟକ ରଖାଯାଇଛି ।

ଜେଏନୟୁ ଛାତ୍ର ସର୍ଜିଲ ଇମାମ ସାହିନ ବାଗରେ ଏକ ଭାଷଣ ଦେଇ କହିଥିଲା ଯେ ଆସାମକୁ ଭାରତକୁ ଅଲଗା କରିଦିଆଯାଇ ଭାରତକୁ ଏକ ଶିକ୍ଷା ଦେବା ଆବଶ୍ୟକ । କାରଣ ବଙ୍ଗଳା ମୁସଲିମ ଓ ହିନ୍ଦୁମାନଙ୍କ ଉପରେ ଅତ୍ୟାଚାର କରାଯାଉଛି । ତାହାର ଏହି ଭାଷଣର ଭିଡ଼ିଓ ସୋସିଆଲ ମିଡିଆରେ ବୁଲିବା ପରେ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ଦେଖାଦେଇଛି ।

ଇତି ମଧ୍ୟରେ ସର୍ଜିଲର ଆଉ ଏକ ଉତ୍ତେଜକ ଭିଡ଼ିଓ ପରିପ୍ରକାଶ କରିଛି । ଏହି ଭିଡିଓଟି ସେ ଗତ ଡିସେମ୍ବରରେ ଆଲିଗଡ ମୁସଲିମ ବିଶ୍ୱ ବିଦ୍ୟାଳୟରେ ଦେଇଥିବା ଅନୁମାନ କରାଯାଉଛି । ଏଥିରେ ସେ କହୁଛି ଯେ ମୁସଲିମମାନେ ରାସ୍ତାକୁ ଓହ୍ଲାଇ ରାସ୍ତାବନ୍ଦ କରିବା ସହ ଦେଶକୁ ଅଚଳ କରିଦେବା ଆବଶ୍ୟକ । ଏହି ଭିଡିଓକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି ପୁଲିସ ।

ସମ୍ବନ୍ଧିତ ଖବର