ମୁମ୍ବାଇ: ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରେ ଚୋରି ଉଦ୍ୟମ ସମୟରେ ତାଙ୍କ ଉପେର ଛୁରୀରେ ଆଘାତ କରିଥିବା ବ୍ୟକ୍ତିଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଆକ୍ରମଣକାରୀ ଜଣକ ହେଡ୍ଫୋନ୍ କିଣୁଥିବାର ନଜର ଆସିଛି। ଆକ୍ରମଣକାରୀକୁ ଧରିବା ପାଇଁ ଗତ ୩ ଦିନ ହେଲା ଚେଷ୍ଟା ଚାଲିଥିବା ସତ୍ତ୍ବେ ଏଯାବତ୍ ସଫଳ ହୋଇନି ପୁଲିସ୍ର ଟିମ୍।
ନୂଆ ଭିଡିଓରେ ତାଙ୍କୁ ହଳଦିଆ ସାର୍ଟ ପିନ୍ଧିଥିବାର ଦେଖିବାକୁ ମିଳିଛି। ଘଟଣାର ପ୍ରାୟ ଛଅ ଘଣ୍ଟା ପରେ ସକାଳ ୯ଟା ବେଳେ ସେ ଦାଦରର ଏକ ଦୋକାନରୁ ହେଡଫୋନ୍ କିଣିବା ସମୟରେ ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲେ।
ମୁମ୍ବାଇ ପୁଲିସ କହିଛି ଯେ ଆକ୍ରମଣକାରୀ ମୁମ୍ବାଇ ବୁଲିବା ପାଇଁ କିମ୍ବା ଅନ୍ୟ ସ୍ଥାନକୁ ଯାତ୍ରା କରିବା ପାଇଁ ବାନ୍ଦ୍ରାରୁ ଟ୍ରେନରେ ଯାତ୍ରା କରିଥିଲେ। ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଖୋଜିବା ପାଇଁ ବିଭିନ୍ନ ପୁଲିସ ଦଳ ସହରର ବିଭିନ୍ନ ରେଳ ଷ୍ଟେସନରୁ ସିସିଟିଭି ଫୁଟେଜ ସ୍କାନ କରୁଛନ୍ତି। ମୁମ୍ବାଇ ପୁଲିସ ଆକ୍ରମଣକାରୀଙ୍କୁ ଧରିବା ପାଇଁ ୩୫ଟି ଦଳ ଗଠନ କରିଛି।
ଜାଣିବାକୁ ମିଳିଛି ଯେ ସେଦିନ ରାତିରେ ଆକ୍ରମଣକାରୀ ଜଣକ ସୈଫ୍ଙ୍କ ସାନ ପୁଅ ଜୈହଙ୍କ ଶୟନ କକ୍ଷରେ ପ୍ରବେଶ କରିଥିଲା। ଘରର ସହାୟକ ପାଟି କରିବା ପରେ ସୈଫ ହସ୍ତକ୍ଷେପ କରିଥିଲେ ଏବଂ ତାଙ୍କ ଶରୀରରେ ଛଅଟି ଛୁରା ମାଡ଼ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/01/18/ve5xBThchJYrIkoqNVnV.jpg)