ଚୀନରେ କରୋନାର ନୂଆ ଲହର: ୧୫୦୦ଛାତ୍ରଛାତ୍ରୀଙ୍କୁ କରାଗଲା ଆଇସୋଲେଟ୍, ସିଲ୍ ହେଲା ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ: କରୋନା ଭୂତାଣୁ ସହ ଲଢେଇ ଭିତରେ କିଛି ଦିନର ଆଶ୍ୱସ୍ତି ପରେ ପୁଣି ଆସିଲାଣି ଚିନ୍ତାଜନକ ଖବର । ଚୀନରୁ ଜନ୍ମ ନେଇ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁ ପୁଣି ଥରେ ଚୀନରେ ପ୍ରକୋପ ଜାହିର କଲାଣି । ଚୀନର ଏକ ବିଶ୍ୱବିଦ୍ୟାଳୟରେ କରୋନାର ସଂକ୍ରମଣ ବଢିବା ପରେ ସେଠାକାର ପାଖାପାଖି ୧୫୦୦ ଛାତ୍ରଛାତ୍ରୀଙ୍କୁ ହୋଟେଲରେ ଆଇସୋଲେଟ୍ କରିଦିଆଯାଇଛି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଚୀନର ଦାଲିୟାନ୍ ପ୍ରାନ୍ତରେ ଥିବା ଝୁଙ୍ଗାଝେ ବିଶ୍ୱବିଦ୍ୟାଳୟରେ ଗତ ରବିବାର କରୋନାର ଅନେକ ମାମଲା ସାମ୍ନାକୁ ଆସିଥିଲା । ଏଠାରେ ସଂକ୍ରମଣ ବଢିବା ପରେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସକୁ ଏବେ ସିଲ୍ କରିଦିଆଯାଇଛି । ଛାତ୍ରଛାତ୍ରୀମାନଙ୍କୁ ହୋଟେଲରେ ଆଇସୋଲେଟ୍ କରି ରଖାଯାଇଥିବା ବେଳେ ସେଠାରୁ ହିଁ ସେମାନେ ଅନଲାଇନ୍ କ୍ଲାସ ମାଧ୍ୟମରେ ଏବେ ପାଠ ପଢିବେ ବୋଲି ଜଣାପଡିଛି।

lokmat

ସୂଚନା ଅନୁଯାୟୀ, କରୋନାକୁ ନେଇ ଶୂନ୍ୟ ସହନଶୀଳତା ନୀତି ଆପଣାଉଛି ଚୀନ୍ । ଯେଉଁଠାରେ ବି କରୋନାର ସାମାନ୍ୟ ମାମଲା ସାମ୍ନାକୁ ଆସୁଛି, ସେହି ସ୍ଥାନରେ ତୁରନ୍ତ ଲକଡାଉନ୍ ଲାଗୁ କରାଯାଉଛି । ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରାଯାଇଥିବା ବେଳେ ଏବେ ବୁଷ୍ଟର ଡୋଜ୍ ଦେବା ନେଇ ପ୍ରସ୍ତୁତ ହେଉଛି ଚୀନ୍ ।

ସମ୍ବନ୍ଧିତ ଖବର