ବେଜିଂ : ଚୀନ ସେନା ବା ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ)ର ପଶ୍ଚିମାଞ୍ଚଳ ଥିଏଟର କମାଣ୍ଡ ପାଇଁ ଜଣେ ନୂଆ କମାଣ୍ଡର ନିଯୁକ୍ତ ହୋଇଛନ୍ତି । ତାଙ୍କ ନାଁ ହେଉଛି ଜେନେରାଲ ଓ୍ବାଙ୍ଗ ହାଇଜାଙ୍ଗ । ପିଏଲଏର ପଶ୍ଚିମାଞ୍ଚଳ ଥିଏଟର କମାଣ୍ଡ ଅଧିନରେ ହିଁ ଭାରତକୁ ଲାଗିଥିବା ସୀମା ସମେତ ତିବ୍ବତ ଓ ସିଜିଆନ ପ୍ରଦେଶ ଆସିଥାଏ । ଚୀନର ସେଣ୍ଟ୍ରାଲ ମିଲିଟାରୀ କମିଶନ ପକ୍ଷରୁ ଓ୍ବାଙ୍ଗଙ୍କୁ ଜେନେରାଲ ପଦବୀକୁ ପଦୋନ୍ନତି ଦେବା ସହ ତାଙ୍କୁ ଏହି ନିଯୁକ୍ତି ଦିଆଯାଇଛି ।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗତ ବର୍ଷ ଜୁନରେ ଭାରତ ଓ ଚୀନ ସେନା ମଧ୍ୟରେ ଗଲଓ୍ବାନ ସଂଘର୍ଷ ହେବା ପରେ ଚୀନ ୪ ଥର ନିଜର ପଶ୍ଚିମାଞ୍ଚଳ ଥିଏଟର କମାଣ୍ଡର ମୁଖ୍ୟ ବଦଳାଇସାରିଲାଣି ।
୨୦୨୦ ଜୁନ ୧୫ରେ ହୋଇଥିବା ଗଲଓ୍ବାନ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ସହିଦ ହୋଇଥିବା ଭାରତ ସରକାର ସ୍ବୀକାର କରିଥିଲେ । ତେବେ ଚୀନ ପ୍ରଥମେ ଏ ନେଇ ନୀରବତା ଅବଲମ୍ବନ କରିଥିଲେ ବି ପରେ ସ୍ବୀକାର କରିଥିଲା ଯେ ଏଥିରେ ୪ ଜଣ ପିଏଲଏ ସୈନିକ ମୃତ୍ୟୁବରଣ କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/china-1.jpg)