ଅଯୋଧ୍ୟା ଦୀପୋତ୍ସବରେ ବିଶ୍ବ ରେକର୍ଡ ; ଜଳିଲା ୪.୧୦ ଲକ୍ଷ ଦୀପ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଆଜି ଆୟୋଜିତ ହୋଇଥିବା ଦୀପ ଉତ୍ସବ  ଅବସରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଏଥିପାଇଁ ଉତ୍ତର ପ୍ରଦେଶ ସରକାର ବ୍ୟାପକ ଆୟୋଜନ ମଧ୍ୟ କରିଥିଲେ। ଅଯୋଧ୍ୟାରେ ଆଜି ସନ୍ଧ୍ୟାରେ ବିଶ୍ୱ ରେକର୍ଡ ଆଧାରରେ ୪ ଲକ୍ଷ ୧୦ହଜାର ଦୀପ ଜଳାଯାଇଛି।

ଗତବର୍ଷ ୩ ଲକ୍ଷ ୨୧ ହଜାର ଦୀପ ଜଳା ଯାଇଥିଲା। ୪ଲକ୍ଷ ୧୦ହଜାର ଦୀପ ଜଳାଯିବା ପରେ ଗିନିସ୍‌ ବୁକ୍‌ ଅଫ୍‌ ଓ୍ଵାଲର୍ଡ ରେକର୍ଡ ଟିମ୍‌ ଏହାକୁ ବିଶ୍ୱ ରେକର୍ଡ ବୋଲି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଓ୍ଵାଲର୍ଡ ରେକର୍ଡ ପାଇଁ ଅଯୋଧ୍ୟାର ସମସ୍ତ ବାସିନ୍ଦା ତଥା ସନ୍ଥ ସମାଜଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରଯୁ ଘାଟରେ ଆଳତୀରେ ସାମିଲ ହୋଇଥିଲେ। ସେ ଘାଟରେ ପହଞ୍ଚି ଅଳତୀ କରିଥିଲେ। ଏହାପରେ ସରଯୁ ଘାଟରେ ଲେଜର ସୋ’ ଜରିଆରେ ପ୍ରଭୁ ରାମଙ୍କ ଜୀବନୀକୁ ଉପସ୍ତାପିତ କରାଯାଇଥିଲା। ଏଥିସହିତ ଦୀପ ଉତ୍ସବ କାର୍ଯ୍ୟକ୍ରମରେ ଭାଗ ନେବାକୁ ପହଞ୍ଚି ଥିବା ରାମ, ସୀତା ଓ ଲକ୍ଷ୍ମଣ ଭୂମିକା ନିଭାଇଥିବା ବ୍ୟକ୍ତିଙ୍କୁ ହେଲିକପ୍ଟରରୁ ଓହ୍ଲାଇବା ପରେ ଅଯୋଧ୍ୟା ଆଗମନ ପାଇଁ ଯୋଗୀ ପ୍ରଥମେ ଚନ୍ଦନ ଲଗାଇ ସ୍ୱାଗତ କରିଥିଲେ।

ସମ୍ବନ୍ଧିତ ଖବର