ଚର୍ଚ୍ଚାରେ ‘ଦି ନ୍ୟୁୟର୍କ ଟାଇମ୍ସ’: ପ୍ରଥମ ପୃଷ୍ଠାରେ ଛପା ଗଲା ମୃତ୍ୟୁବରଣ କରିଥିବା ୧.୦୦୦ କରୋନା ଆକ୍ରାନ୍ତଙ୍କ ନାମ ଏବଂ ବ୍ୟକ୍ତିଗତ ବିବରଣୀ
ନୂଆଦିଲ୍ଲୀ: ‘ଦି ନ୍ୟୁୟର୍କ ଟାଇମ୍ସ’ର ପ୍ରଥମ ପୃଷ୍ଠାରେ ପ୍ରତି ଦିନ ଦେଖାଯାଉଥିବା ପ୍ରବନ୍ଧ, ଫଟୋଗ୍ରାଫ୍ କିମ୍ବା ଗ୍ରାଫିକ୍ସ ବଦଳରେ ଆଜି କେବଳ ଏକ ତାଲିକା ପ୍ରକାଶ ପାଇଛି | କରୋନାରେ ଆକ୍ରାନ୍ତ ହୋଇ ଆମେରିକାରେ ପ୍ରାଣ ହରାଇଥିବା ଲୋକଙ୍କ ଏକ ଲମ୍ବା ତାଲିକା ଖବରକାଗଜର ପ୍ରଥମ ପୃଷ୍ଠାରେ ଛପା ଯାଇଥିବା ଦେଖିବାକୁ ମିଳିଛି | ରବିବାର ସକାଳୁ ସକାଳୁ ଖବରକାଗଜ ଦେଖିବା ପରେ ଲୋକ ଆଶ୍ଚର୍ଯ୍ୟ ହେବା ସହ ଖବରକାଗଜର ପ୍ରଥମ ପୃଷ୍ଠା ସୋସିଆଲ ମିଡ଼ିଆରେ ଭାଇରଲ ହୋଇଥିଲା |
ଆମେରିକାରେ ପ୍ରାୟ ୧ଲକ୍ଷ ଲୋକ ପ୍ରାଣ ହରାଇଥିବା ବେଳେ ଖବରକାଗଜରେ ପ୍ରାୟ ୧,୦୦୦ଜଣଙ୍କର ନାଁକୁ ପ୍ରକାଶ କରାଯାଇଥିଲା | ଏଭଳି ନିଷ୍ପତ୍ତିକୁ ନେଇ ଖବରକାଗଜ ପକ୍ଷରୁ କୁହାଯାଇଛି ଯେ, ଏଭଳି ଦୁଃଖଦ ଘଟଣାର ବ୍ୟାପକତା ଏବଂ ବିବିଧତା ଜଣାଇବା ପାଇଁ ୧,୦୦୦ଜଣଙ୍କ ନାଁ ଛପିବାକୁ ନିଷ୍ପତ୍ତି ନିଆଯାଇଥିଲା | ଏହା ପରେ ପ୍ରଥମ ପୃଷ୍ଠାରେ ଆମେରିକାର ବିଭିନ୍ନ ସ୍ଥାନରୁ ନିଆଯାଇଥିବା ନାମ ଏବଂ ବ୍ୟକ୍ତିଗତ ବିବରଣୀଗୁଡିକର ଏକ ସରଳ ତାଲିକା ଦିଆଯାଇଥିଲା|
this is part of a project headed by @simonelandon and directed for print by @standardregular. cover by tom bodkin. 1000 obituaries pulled from the nearly 100,000 obituaries of americans dead from the coronavirus. pic.twitter.com/jNIeugcatG
— Josh Crutchmer (@jcrutchmer) May 23, 2020
ତେବେ ପ୍ରଥମ ପୃଷ୍ଠାରେ ଛପାଯାଇଥିବା ତାଲିକା ସହ ଏହାର ହେଡଲାଇନ “ଆମେରିକାର ୧୦୦,୦୦୦ ପାଖାପାଖି ମୃତ୍ୟୁ, ଏକ ଅସଂଖ୍ୟ କ୍ଷତି” ରଖାଯାଇଥିବା ଦେଖିବାକୁ ମିଳିଛି | ଏହାର ସବ-ହେଡଲାଇନରେ, “ସେମାନେ କେବଳ ଏକ ତାଲିକାରେ ନାମ ନଥିଲେ, ସେମାନେ ଆମ ଭଳି ଥିଲେ” ବୋଲି ଲେଖାଯାଇଛି । ଦି ନ୍ୟୁୟର୍କ ଟାଇମ୍ସର ଏଭଳି ପଦକ୍ଷପକୁ ଏବେ ଚାରିଆଡେ ପ୍ରଶଂସା କରାଯାଉଛି |