ଭୋଡ଼ାଫୋନ୍‌ କର୍ମଚାରୀଙ୍କୁ ଗ୍ରୀଷ୍ମ ଅଫର୍‌, ଶୁକ୍ରବାର ମିିଳିବ ଅଧା ଛୁଟି

ନୂଆଦିଲ୍ଲୀ: ଭୋଡାଫୋନ୍‌ ନିଉଜିଲାଣ୍ଡ୍‌ କର୍ମଚାରୀଙ୍କ ପାଇଁ ଖୁସି ଖବର। ଏହି ଗ୍ରୀଷ୍ମରେ କମ୍ପାନି ତା’ର କର୍ମଚାରୀମାନଙ୍କୁ ଶୁକ୍ରବାର ଦିନ ଅଧା ଛୁଟି ପ୍ରଦାନ କରିବାକୁ ଚିନ୍ତା କରିଛି। କର୍ମଚାରୀମାନେ ଶୁକ୍ରବାର ଦିନ ୨ଟା ପର୍ଯ୍ୟନ୍ତ କାମ କରି ଘରକୁ ଯାଇପାରିବେ। ତେବେ କଲ୍‌ ସେଣ୍ଟର୍‌ କର୍ମଚାରୀଙ୍କ ପରି ଆଉ କିଛି କର୍ମଚାରୀଙ୍କୁ ଏହି ଛୁଟି ମିଳିବ ନାହି। ଯେଉଁ କର୍ମଚାରୀମାନେ ଛୁଟି ନେଲେ ସେବାକୁ ବିଶେଷ ପ୍ରଭାବିତ କରିବ ନାହିଁ ସେଇମାନେ ଅଧା ଦିନ କାମ କରି ଛୁଟିରେ ରହିପାରିବେ। ଜାନୁଆରି ୨୪ ତାରିଖରୁ ନେଇ ଫେବ୍ରୁଆରି ୨୮ ତାରିଖ ମଧ୍ୟରେ କର୍ମଚାରୀମାନେ ଏହି ସୁବିଧାର ଲାଭ ଉଠାଇ ପାରିବେ। ଯେଉଁ କର୍ମଚାରୀମାନଙ୍କୁ ଶୁକ୍ରବାର ଦିନ ଅଧା ଛୁଟି ମିଳି ନଥି‌ବ ତା’ ବଦଳରେ ସେମାନେ ଆଉ ଏକ ଦିନ ଛୁଟି ନେଇପାରିବେ।

IBTimes India

କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଏକ ନୋଟିସ୍‌ ଜାରି କରାଯାଇ ଲେଖାଯାଇଛି କି, ‘ଏହି ଗ୍ରୀଷ୍ମର ସପ୍ତାହନ୍ତକୁ (ଉଇକେଣ୍ଡ୍‌) ଆପଣ ହୁଏତ ପିଲାମାନଙ୍କୁ ନେଇ ବାହାରକୁ ଯିବାର ଯୋଜନା କରୁଥାଇ ପାରନ୍ତି କିମ୍ବା ଅନ୍ୟାନ୍ୟ ପାରିବାରିକ ଯୋଜନା କରୁଥାଇପାରନ୍ତି। ନିଜ ବନ୍ଧୁମାନଙ୍କୁ ସମୟ ଦେବାକୁ ଚାହୁଁଥିବେ ହୁଏତ। ଏସବୁକୁ ଦୃଷ୍ଟିରେ ରଖି କମ୍ପାନି ଶୁକ୍ରବାର ଅଧା ଛୁଟି ପ୍ରଦାନ କରୁଛି।’

ଏହା ଛଡ଼ା କର୍ମଚାରୀମାନଙ୍କୁ ସ୍ପ‌ଷ୍ଟ ଭାବେ କୁହାଯାଇଛି ଯେ, ଏହି ନୂଆ ନିୟମ କର୍ମଚାରୀମାନଙ୍କୁ କାମରେ ଠକିବାକୁ ଆଦୌ ବି ପ୍ରୋତ୍ସାହିତ କରୁ ନାହିଁ। ଛୁଟି ଦିଆଯାଉଛି ବୋଲି ନୁହେଁ ଯେ କର୍ମଚାରୀମାନେ ସେମାନଙ୍କ ଦକ୍ଷତାକୁ ଠିକ୍‌ ଭାବେ କମ୍ପାନି ପାଇଁ ବିନିଯୋଗ କରିବେ ନାହିଁ। କର୍ମଚାରୀମାନେ ସେମାନଙ୍କ ସପ୍ତାହର କାମ ସମାପ୍ତ କରି ହିଁ ଛୁଟି ନେଇ ଯାଇପାରିବେ। ଉତ୍ତମ କାମ କରିବାକୁ ପ୍ରୋତ୍ସାହନା ଦେବା ସକାଶେ କମ୍ପାନି ପକ୍ଷରୁ ଏପରି ଚିନ୍ତା କରାଯାଉଛି।

ସମ୍ବନ୍ଧିତ ଖବର