ସିଡ୍‌ନୀ : ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କ୍ରିସ ହିପ୍‌କିନ୍ସ ସୋମବାର କହିଛନ୍ତି ଯେ, ସେ ଚଳିତମାସ ଶେଷଭାଗରେ ଏକ ବାଣିଜ୍ୟିକ ପ୍ରତିନିଧିମଣ୍ଡଳୀ ସହ ଚୀନ୍ ଗସ୍ତ କରିବେ। ଚୀନ୍ ହେଉଛି ନ୍ୟୁଜିଲାଣ୍ଡର ସବୁଠୁ ବଡ଼ ବାଣିଜ୍ୟ ଅଂଶୀଦାର। ଚୀନ୍‌କୁ ନ୍ୟୁଜିଲାଣ୍ଡର ବାର୍ଷିକ ରପ୍ତାନି ୨୦ ଶହ କୋଟି ନ୍ୟୁଜିଲାଣ୍ଡ ଡଲାରରୁ ଅଧିକ ହୋଇଥାଏ। ଗତ କିଛିବର୍ଷ ଭିତରେ ବିଭିନ୍ନ ବିବାଦକୁ ନେଇ ଅଷ୍ଟ୍ରେଲିଆ ପରି ଦେଶ ଚୀନ୍ ଦ୍ବାରା ବାଣିଜ୍ୟିକ କଟକଣାର ସମ୍ମୁଖୀନ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ପ୍ରତି ଚୀନ୍‌ର ସେପରି କଟକଣା ନାହିଁ। ତାଙ୍କ ସହ ବିଭିନ୍ନ କ୍ଷେତ୍ର ଯଥା ଡାଇରି, ପର୍ଯ୍ୟଟନ, ଶିକ୍ଷା ପ୍ରଭୃତି ଉଦ୍ୟୋଗର ପ୍ରତିନିଧି ଚୀନ୍ ଗସ୍ତ କରିବେ ବୋଲି ଏକ ହିପ୍‌କିନ୍ସ କହିଛନ୍ତି।