ବିବାହ ପାଇଁ ଆସିଥିବା ନ୍ୟୁଜିଲାଣ୍ଡ୍‌ ମହିଳାଙ୍କର ଦିଲ୍ଲୀ ହୋଟେଲ୍‌ରେ ମୃତ୍ୟୁ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ୍‌ର ଜଣେ ୪୯ ବର୍ଷୀୟା ମହିଳା ଭାରତୀୟ ପରମ୍ପରା ଅନୁଯାୟୀ ବିବାହ କରିବା ନିମନ୍ତେ ଦିଲ୍ଲୀ ପହଞ୍ଚିଥିଲେ। ସାଙ୍ଗରେ ତାଙ୍କର ଅଷ୍ଟ୍ରେଲୀୟ ପୁରୁଷ ବନ୍ଧୁ ମଧ୍ୟ ଥିଲେ। ଦିଲ୍ଲୀର ପହରଗଞ୍ଜ ସ୍ଥିତ ଏକ ହୋଟେଲ୍‌ରେ ଉଭୟେ ରହୁଥିଲେ। କିନ୍ତୁ ଆଜି ସକାଳେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି। ଉକ୍ତ ମହିଳାଙ୍କ ନାମ ତୁଆଲି ପୋଲ୍ଲି ଆନ୍ନେ। ସେ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ଥିଲେ। ତାଙ୍କର ହୃଦ୍‌ଘାତ‌ରେ ମୃତ୍ୟୁ ହୋଇଯାଇଥିବା ଆଶଙ୍କା କରାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସତ ଜଣା ପଡ଼ିବ ବୋଲି ଜଣେ ବରି‌ଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଅନ୍ୟପକ୍ଷେ ପୁଲିସ ତାଙ୍କ ବୟଫ୍ରେଣ୍ଡ୍‌ଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ଦିଲ୍ଲୀ ପୁଲିସ ପକ୍ଷରୁ ନ୍ୟୁଜିଲାଣ୍ଡ୍‌ ଦୂତାବାସକୁ ଏସମ୍ପର୍କରେ ଅବଗତ କରାଯାଇଛି।

ସମ୍ବନ୍ଧିତ ଖବର