କାନପୁର: ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ଏକ ଘରୋଇ ନର୍ସିଂ ହୋମ୍‌ ଏନ୍‌ଆଇସିୟୁ (ନିଓନାଟାଲ ଇନ୍‌ଟେନ୍‌ସିଭ୍ କେୟାର ୟୁନିଟ୍‌)‌ରେ ଅଗ୍ନିକାଣ୍ଡ ଘଟି ଜଣେ ନବଜାତ ଶିଶୁର ମୃତ୍ୟୁ ହୋଇଯାଇଛି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏଭଳି ଦୁଃଖଦ ଘଟଣା ଘଟିଛି ଏବଂ ସେମାନେ କଥା ଲୁଚାଇବାକୁ ଚେଷ୍ଟା କରିଛନ୍ତି ବୋଲି ପରିବାର ସଦସ୍ୟ ପୁଲିସରେ ଅଭିଯୋଗ କରିଛନ୍ତି।

Advertisment

ଖବର ପାଇ ସିଏମ୍‌ଓ ( ଚିଫ୍‌ ମେଡିକାଲ ଅଫିସର୍‌)ଙ୍କ ଅଫିସ୍‌ର ଏକ ଟିମ୍‌ ଆଇସିୟୁ ଯାଇ ସ୍ଥିତି ସମୀକ୍ଷା କରିଛନ୍ତି। ଜାଣିବାକୁ ମିଳିଲା ଯେ, ଏହି ନର୍ସିଂହୋମ୍‌ରେ ଥିବା ଏନ୍‌ଆଇସିୟୁ ବେଆଇନ ଭାବେ ଚାଲିଥିଲା। ଏଥିପାଇଁ କୌଣସି ବୈଧ ଲାଇସେନ୍ସ ମିଳିନି। ଫଳରେ ଅଧିକାରୀମାନେ ଏନ୍‌ଆଇସିୟୁ ସିଲ୍‌ କରିଛନ୍ତି।

ଆହୁରି ପଢ଼ନ୍ତୁ: Cricket: ଜିମ୍ବାୱେର ଏକତରଫା ବିଜୟ

ମିଳିଥିବା ସୂଚନାନୁଯାୟୀ ବିଥୁର୍‌ର ରାଜା ନର୍ସିଂ ହୋମ୍‌ରେ ରବିବାର ସନ୍ଧ୍ୟାରେ ଅଗ୍ନିକାଣ୍ଡ ହୋଇଛି। ଏନ୍‌ଆଇସିୟୁରେ ଥିବା ଉଷୁମ ମେସିନ୍‌ରେ ସର୍ଟ ସର୍କିଟ୍‌ ଯୋଗୁ ନିଆଁ ଲାଗିଯିବା ଫଳରେ ଶିଶୁଟି ପୋଡ଼ି ହୋଇଯାଇଥିଲା। ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ, ଏହି କଥା ସେମାନଙ୍କୁ ହସ୍ପିଟାଲ କର୍ତ୍ତୃପକ୍ଷ ୪-୫ ଘଣ୍ଟା ପର୍ଯ୍ୟନ୍ତ ଜଣାଇ ନ ଥିଲେ। ବାରମ୍ବାର ବାଧ୍ୟ କରିବାପ‌ରେ ସେମାନେ ସତ କହିଥିଲେ। ଏହାପରେ ପରିବାର ସଦସ୍ୟ ହସ୍ପିଟାଲରେ ବଡ଼ ଧରଣର ହଙ୍ଗାମା କରିଛନ୍ତି। 

ଆହୁରି ପଢ଼ନ୍ତୁ: AI Summit: ଏଆଇ ସମ୍ମିଳନୀ ପାଇଁ ଦିଲ୍ଲୀ ହୋଟେଲ୍‌ରେ ଭିଡ଼