ଲଣ୍ଡନରେ ଜନ୍ମ ହେବା ପରେ ପରେ କରୋନା ଆକ୍ରାନ୍ତ ହେଲା ନବଜାତ

ନୂଆଦିଲ୍ଲୀ: କରୋନାଭାଇରସର ପ୍ରକୋପ ଏବେ କ୍ରମଶଃ ବଢ଼ିବାରେ ଲାଗିଛି। ଦିନକୁ ଦିନ ଏହା ଗୋଟିଏ ପରେ ଗୋଟିଏ ଦେଶକୁ ବ୍ୟାପୁଥିବା ବେଳେ ଏହାର ସଂକ୍ରମଣକୁ ରୋକିବା ପାଇଁ ସବୁ ଦେଶ ଏବେ ତତ୍ପର ହୋଇ ଉଠିଛନ୍ତି। ଭାରତରେ ସର୍ବମୋଟ ୮୩ଜଣ ସଂକ୍ରମିତ ହୋଇସାରିଥିବା ବେଳେ ଲଣ୍ଡନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଉତ୍ତର-ପଶ୍ଚିମ ଲଣ୍ଡ‌ନରେ ଏକ ନବଜାତ ଶିଶୁ କରୋନାଭାଇରସ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ସାରା ବିଶ୍ବରେ ପ୍ରଥମ କରି ଏତେ କମ ବୟସର ଶିଶୁ ଏହି ଭାଇରସର ଶିକାର ହୋଇଥିବା ସାମ୍ନାକୁ ଆସିଛି ।

Image result for infant feet

ସୂଚନା ମୁତାବକ, ନବଜାତର ମା’ଙ୍କୁ ନର୍ଥ ମିଡିଲସେକ୍ସ ୟୁନିଭରସିଟି ହସ୍ପିଟାଲରେ ପ୍ରସବ ପାଇଁ ଭର୍ତ୍ତି କରାଯାଇଥିଲା। ନବଜାତକୁ ଜନ୍ମ ଦେବା ପରେ ମହିଳାଙ୍କର ରକ୍ତ ନମୁନା ପରୀକ୍ଷା କରାଯାଇଥିଲା, ଯାହା ପରେ ସେ କରୋନା ପୀଡ଼ିତ ଥିବା ସାମ୍ନାକୁ ଆସିଥିଲା। ଏହାପରେ ନବଜାତର ରକ୍ତ ପରୀକ୍ଷାରୁ ସେ ବି କରୋନା ପୀଡ଼ିତ ବୋଲି ଜଣାପଡ଼ିଥିଲା। ବର୍ତ୍ତମାନ ଉଭୟ ମା’ ଓ ଶିଶୁକୁ ଅଲଗା ଅଲଗା ଡାକ୍ତରଖାନ‌ାରେ ରଖାଯାଇ ଚିକିତ୍ସା କରାଯାଉଛି। ତେବ‌େ ଗର୍ଭରେ ଶିଶୁଟି ଭାଇରସ ଦ୍ବାରା ସଂକ୍ରମିତ ହୋଇଥିଲା ନା ଜନ୍ମହେବା ପରେ ସେ ଭାଇରସ ସଂସ୍ପର୍ଶରେ ଆସିଥିଲା, ସେ ନେଇ ତଦନ୍ତ କରୁଛନ୍ତି ହସ୍ପିଟାଲର ଡାକ୍ତରୀ ଟିମ୍। ଶିଶୁଟିର ଚିକିତ୍ସା ନର୍ଥ ମିଡିଲସେକ୍ସ ୟୁନିଭରସିଟି ହସ୍ପିଟାଲରେ କରାଯାଉଥିବା ‌ବେଳେ ପୀଡ଼ିତ ମହିଳାଙ୍କ ଚିକିତ୍ସା ଅନ୍ୟ ଏକ ଡାକ୍ତରଖାନାରେ କରାଯାଉଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର