ନୂଆଦିଲ୍ଲୀ: ଭାରତ ଓ ବାଂଲାଦେଶ ମଧ୍ୟରେ ସମ୍ପର୍କ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସୀମାରେ ଗୁଳି ବିନିମୟକୁ ନେଇ ବାଂଲାଦେଶ ସରକାର ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଡକାଇବା ପରେ ତାହାର ଜବାବ ଦେଇଛି ନୂଆଦିଲ୍ଲୀ । ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ସୋମବାର ବାଂଲାଦେଶର ଡେପୁଟି ହାଇକମିଶନର ନୁରୁଲ ଇସଲାମଙ୍କୁ ସମନ କରିଛି। 

Advertisment

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ସମନ କରାଯିବା ପରେ ନୁରୁଲ ଇସଲାମ ବୈଦେଶିକ ମନ୍ତ୍ରାଳୟ ଥିବା ସାଉଥବ୍ଲକ ଆସୁଥିବା ଦେଖାଯାଇଥିଲା । ରବିବାର ବାଂଲାଦେଶ ବୈଦେଶିକ ମନ୍ତ୍ରଣାଳୟରେ ଅବସ୍ଥାପିତ ଭାରତୀୟ ହାଇକମିଶନର ପ୍ରଣୟ ବର୍ମା ସୀମା ସମ୍ବନ୍ଧୀୟ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ବାଂଲାଦେଶ ବୈଦେଶିକ କାର୍ଯ୍ୟାଳୟକୁ ଡକାଇଥିଲେ ।

ଭାରତ ଓ ବାଂଲାଦେଶ ସୀମା ସୁରକ୍ଷାକର୍ମୀଙ୍କ ମଧ୍ୟରେ କାର୍ଯ୍ୟକୁ ନେଇ କଥାବାର୍ତ୍ତା ହୋଇଥିଲା। ଭାରତ ସୀମାରେ ତାରବାଡ଼ ପକାଉଛି । ଏ ନେଇ ଶେଖ୍ ହସିନାଙ୍କ ସରକାର ସମୟରେ ମଧ୍ୟ ଅନୁମୋଦନ ନିଆଯାଇଥିଲା, କିନ୍ତୁ ଏବେ କ୍ଷମତା ପରିବର୍ତ୍ତନ ପରେ ବାଂଲାଦେଶୀ ସୈନିକମାନେ ନିର୍ମାଣ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଏବେ ବର୍ଡର ଗାର୍ଡ ବାଂଲାଦେଶ (ବିଜିବି) ଉତ୍ତର ଓ ଦକ୍ଷିଣବଙ୍ଗ ସୀମାନ୍ତ ଅଞ୍ଚଳର ଅନେକ ସ୍ଥାନରେ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ଉଦ୍ୟମ କରୁଛି ।