ନବବିବାହିତାଙ୍କ ଗାଡ଼ି ଚଲାଇବା ସୌକ କାଳ ହେଲା : କୂଅ ଭିତରେ ପୂରାଇ ଦେଲେ ଗାଡ଼ି; ଚାଲିଗଲା ଦୁଇଟି ମୂଲ୍ୟବାନ୍‌ ଜୀବନ

ପୁଣେ: ପୁଣେରୁ ୩୫ କିଲୋମିଟର ଦୂରରେ ଥିବା ଉରୁଲି କାଞ୍ଚନ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଭଲ ଭାବେ ପ୍ରଶିକ୍ଷଣ ନ ନେଇ ଗାଡ଼ି ଚଳାଇବା ମହଙ୍ଗା ପଡ଼ିଛି। ଗୁରୁବାର ସଂଧ୍ୟାରେ ଜଣେ ନବବିବାହିତା ମହିଳା ଏକ ବଡ଼ ସଭ୍‌ ଗାଡ଼ି ଚଳାଉଥିବା ବେଳେ ନିୟନ୍ତ୍ରଣ ରଖି ପାରି ଗୋଟିଏ କୂଅରେ ଗାଡ଼ି ପୂରାଇ ଦେବାରୁ ୨ ଜଣଙ୍କ ଜୀବନ ଯାଇଛି।

ଏହି ଦୁର୍ଘଟଣା ଘଟିବା ପରେ କିଛି ସ୍ଥାନୀୟ ବ୍ୟକ୍ତି ସେମାନଙ୍କୁ ବଞ୍ଚାଇବା ପାଇଁ କୂଅକୁ ଡେଇଁ ପଡ଼ିଥିଲେ। ତେବେ ଗାଡ଼ିର ଡୋର ଲକ୍‌ ଥିବାରୁ ତାହା ସମ୍ଭବ ହୋଇ ନ ଥିଲା। ଫଳରେ ଗାଡ଼ି ଚଳାଉଥିବା ସିନ୍ଧଓ୍ଵାନେର ନବ ବିବାହିତା ସୋନାଲୀ ଗଣେଶ ଲିମ୍ବନ ଓ ଗାଡ଼ିର ମାଲିକ ବାବନ ଖେଡକର(୫୬)ଙ୍କ ମୃତ୍ୟୁ ଘଟିଥିଲା।
ଗାଡ଼ିଟି ଦୀର୍ଘ ଅଧ ଘଣ୍ଟାରୁ ଅଧିକ ସମୟ ଧରି କୂଅ ଭିତରେ ବୁଡ଼ି ରହିବାରୁ ସେମାନଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ହୋଇଥିବା ଜାଣିବାକୁ ମିଳିଛି।

ସୂତ୍ରରୁ ଜାଣିବାକୁ ମିଳିଛି ଯେ ସୋନାଲୀଙ୍କ ଶଶୁର ସାମଭାଜି ଏବଂ ଖେଡକର ହେଉଛନ୍ତି ଘନିଷ୍ଠ ବନ୍ଧୁ। ଗୁରୁବାର ସଂଧ୍ୟାରେ ସୋନୀଲୀଙ୍କ ପରିବାର ଲୋକ ଏକ ବିବାହ ଉତ୍ସବରେ ଯୋଗ ଦେବାକୁ ଆଟୋ ଯୋଗେ ଯାଇଥିଲେ। ଫେରିବା ବେଳେ ଖେଡକର ତାଙ୍କ ସଭ୍‌ରେ ତାଙ୍କୁ ଛାଡ଼ିବାକୁ ଆସିଥିଲେ।

ତା’ପରେ ସୋନାଲୀ ଖେଡକରଙ୍କୁ ତାଙ୍କ ଗାଡ଼ି ଚଳାଇବା ପାଇଁ ଅନୁମତି ମାଗିଥିଲେ। ଖେଡକର ସୋନାଲୀଙ୍କୁ ଗାଡ଼ି ଚଳାଇବାକୁ ଦେଇ ନିଜେ ପାଖ ସିଟ୍‌ରେ ବସିଥିଲେ। ସୋନାଲୀ ଜଣେ ପେସାଦାର୍‌ ଚାଳକ ନ ହୋଇଥିବାରୁ ଅଣାୟତ୍ତ ହୋଇ ଗାଡ଼ିଟିକୁ କୂଅ ଭିତରେ ପୂୂରାଇ ଦେଇଥିଲେ।

ସମ୍ବନ୍ଧିତ ଖବର