ବିବାହ ପରେ ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କୁ କରିଥିଲେ ବିବାହ, ୨୦ଦିନ ପରେ ହେଲା ମହିଳାଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଆମେଠିରେ ଜଣେ ନବବିବାହିତାଙ୍କ ତାଙ୍କ ପ୍ରେମିକଙ୍କ ଘରେ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଥିବା ଖବର ମିଳିଛି। ମହିଳାଙ୍କ ଘରଲୋକ ହତ୍ୟା କରାଯାଇଥିବା ନେଇ ଏକ ମାମଲା ରୁଜୁ କରିଛନ୍ତି। ନବବିବାହିତା ବିବାହ ପରେ ନିଜ ପ୍ରେମିକ ଉମେଶଙ୍କ ସହିତ ଫେରାର ହୋଇଯାଇଥିଲେ। ତା’ପରେ ଥାନାରେ ବୁଝାମୁଣା ପରେ ମହିଳାଙ୍କୁ ତାଙ୍କ ପ୍ରେମିକଙ୍କ ସହିତ ରହିବାକୁ ଅନୁମତି ଦିଆଯାଇଥିଲା। ମହିଳାଙ୍କ ମୃତ୍ୟୁ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଉମେଶଙ୍କ ବାପା ରାମଧନୀଙ୍କ କହିବାନୁସାରେ, ଦୁଇଚାରି ଦିନ ହେବ ବୋହୂର ଦେହ ଖରାପ ଥିଲା। ତା’ପରେ ସେ ଠିକ ହୋଇଯାଇଥିଲେ। କିନ୍ତୁ ଗତ ଶନିବାର ତାଙ୍କର ଦେହ ବହୁତ ଖରାପ ହୋଇଯାଇଥିଲା। ଏହାପରେ ଚିକିତ୍ସା। ପାଇଁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଚିକିତ୍ସା ଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ପୁଲିସ ମହିଳାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ମହିଳାଙ୍କ ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁର ସୂଚନା ମିଳିବା ପରେ ପୁଲିସ ଛାନଭିନ୍ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର