ନୂଆଦିଲ୍ଲୀ: ଲୋକମାନଙ୍କୁ ଲାଇଭ ନିଉଜ ଦେଉଥିବା ବେଳେ ସବୁ ପ୍ରକାରର ପରିସ୍ଥିତିକୁ ସମ୍ଭାଳିବା ପାଇଁ ଉପସ୍ଥାପିକା-ଉପସ୍ଥାପକମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ | କିଭଳି ଲାଇଭ ନିଉଜ ପଢ଼ୁଥିବା ବେଳେ ଆସୁଥିବା ବାଧାକୁ ଏଡାଇ ସେମାନେ ପଢା ଜାରି ରଖିବେ, ସେ ନେଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ | ଯାହାର ସଠିକ ବ୍ୟବହାର ୟୁକ୍ରେନର ଜଣେ ସମ୍ବାଦ ଉପସ୍ଥାପିକା କରିଛନ୍ତି | ଲାଇଭ ନିଉଜ ପଢ଼ୁଥିବା ବେଳେ ହଠାତ ତାଙ୍କର ଗୋଟେ ଦାନ୍ତ ଖସି ପଡିଥିଲା | ଏହି ସମୟରେ ସେ ଲାଇଭ ନିଉଜ ପଢିବା ଅଧାରେ ନ ରଖି ପଢା ଜାରି ରଖିଥିଲେ | ତେବେ ଦାନ୍ତ ଖସି ପଡିବା ଜାଣି ମଧ୍ୟ ସେ ଯେଉଁଭଳି ଭାବେ ନିଜକୁ ସମ୍ଭାଳିଥିଲେ, ତାହାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି | ସେ ସମୟରେ ଏକ ଭିଡ଼ିଓ ମଧ୍ୟ ଏବେ ଭାଇରାଲ ହେବାରେ ଲାଗିଛି |
ସୂଚନା ମୁତାବକ, ମାରିଚ୍କା ପାଡାଲକୋ ୟୁକ୍ରେନରେ ଲାଇଭ୍ ଖବର ପଢ଼ୁଥିବା ବେଳେ ତାଙ୍କ ଆଗ ଦାନ୍ତ ଖସିବାକୁ ଯାଉଥିବା ସେ ଅନୁଭବ କଲେ | ଏହା ଜାଣି ସେ ପ୍ରସାରଣକୁ ବନ୍ଦ କରିବା ପରିବର୍ତ୍ତେ ହାତରେ ନିଜ ପାଟିରୁ ଖସିବାକୁ ଯାଉଥିବା ଦାନ୍ତକୁ ଧରି ନିଉଜ ପଢିବା ଜାରି ରଖିଥିଲେ | ଘଟଣା ପରେ ସେ ସମୟରେ ଭିଡ଼ିଓ ସେୟାର କରି ୨୦ବର୍ଷର ପେସାଦାର ଜୀବନ ମଧ୍ୟରେ ଏହା ମୋର ସବୁଠାରୁ କୌତୁହଳପୂର୍ଣ୍ଣ ଅନୁଭୂତି ଅଟେ ବୋଲି ଲେଖିଛନ୍ତି ମାରିଚ୍କା ପାଡାଲକୋ। ଭିଡ଼ିଓଟି ଇନଷ୍ଟାଗ୍ରାମରେ ସେୟାର ହେବାରେ ଏବେ ଏହା ଭାଇରାଲ ହେବାରେ ଲାଗିଛି |