ନୂଆଦିଲ୍ଲୀ: ହରିୟାଣାରେ ବିଜେପିର ବିଜୟ ପରେ ପୁଣି ଥରେ ନାୟବ ସିଂ ସାଇନି ମୁଖ୍ୟମନ୍ତ୍ରୀ ହେବାର ସମ୍ଭାବନା ରହିଛି । ସେ ଆସନ୍ତା ୧୨ ତାରିଖ ବିଜୟା ଦଶମୀ ଦିନ ଶପଥ ନେବାର ସମ୍ଭାବନା ରହିଛି । ଖୁବଶୀଘ୍ର ଦଳର ସଂସଦୟୀ କମିଟିର ବୈଠକ ବସି ମନ୍ତ୍ରୀମାନଙ୍କ ନାମ ଚୂଡ଼ାନ୍ତ ହେବ । ଦଶହରା ଦିନ ମୁଖ୍ୟମନ୍ତ୍ରୀଙ୍କ ସମେତ ଆଉ କିଛି ମନ୍ତ୍ରୀ ଶପଥ ନେବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ ଏବର୍ଷ କେତେକ ସ୍ଥାନରେ ୧୨ ତାରିଖରେ ଦଶହରା ପାଳନ କରାଯାଉଥିବବେଳେ ଆଉ କେତେକ ସ୍ଥାନରେ ୧୩ ତାରିଖରେ ଦଶହରା ପାଳନ କରାଯାଉଛି ।
ଖୁବଶୀଘ୍ର ଦଳର ସଂସଦୟୀ କମିଟିର ବୈଠକ ବସି ମନ୍ତ୍ରୀମାନଙ୍କ ନାମ ଚୂଡ଼ାନ୍ତ ହେବ । ଦଶହରା ଦିନ ମୁଖ୍ୟମନ୍ତ୍ରୀଙ୍କ ସମେତ ଆଉ କିଛି ମନ୍ତ୍ରୀ ଶପଥ ନେବାର ସମ୍ଭାବନା ରହିଛି ।
ହରିୟାଣାରେ ଗତ ୧୦ ବର୍ଷ ହେଲା କ୍ଷମତାରେ ଥିବା ବିଜେପି ବିରୋଧରେ ସରକାର ବିରୋଧୀ ହାଓ୍ବା ଚାଲିଥିଲା । ଏହାକୁ ଠିକଭାବେ ଚିହ୍ନି ପାରି ବିଜେପି ନିର୍ବାଚନର ୨୦୦ ଦିନ ପୂର୍ବରୁ ବିଜେପି ହାଇକମାଣ୍ଡ ମନୋହରଲାଲ ଖଟ୍ଟରଙ୍କୁ ହଟାଇ ତାଙ୍କ ସ୍ଥାନରେ ସାଇନିଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ରାହୁଲ ଗାନ୍ଧି ଓବିସିକୁ ପ୍ରସଙ୍ଗ କରି ବିଜେପିକୁ ଟାର୍ଗେଟ କରୁଥିବାବେଳେ ବିଜେପି ଓବିସି ବର୍ଗର ନାୟବ ସିଂଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ଏହା ନିର୍ବାଚନରେ ବିଜେପିକୁ ଫାଇଦା ଦେଇଥିବା କୁହାଯାଉଛି । ସେହିପରି ପ୍ରଚାର ବେଳେ ଆରଏସଏସର ସମର୍ଥନ ବିଜେପିକୁ ମିଳିଥିଲା ।