ଦିଲ୍ଲୀ: ଦେଶବ୍ୟାପୀ ଲକ୍ଡାଉନ୍ ଲାଗୁ ହୋଇଥିବା ବେଳେ ଖବରକାଗଜ ବିକାଳି ଓ ଖବରକାଗଜ ବଣ୍ଟାଳିମାନେ ଶୁଣାକଥା ଓ ସତକଥା ମଧ୍ୟରେ ସଂଘର୍ଷ କରୁଛନ୍ତି। ଦେଶର ବେଶି ଭାଗରେ ଖବରକାଗଜ ବିତରଣ ବନ୍ଦ ହୋଇଯାଇଥିବା ବେଳେ ବୈଜ୍ଞାନିକ ଗବେଷଣାରୁ ଜଣାପଡ଼ିଛି ଯେ ଖବରକାଗଜ ଯେଉଁ ନ୍ୟୁଜ୍ପ୍ରିଣ୍ଟରେ ଛାପା ଯାଇଥାଏ, ତାହା ମୂଳତଃ ଏଭଳି ପ୍ରତିରୋଧକ ଦେଇ ପ୍ରସ୍ତୁତ ହୋଇଥାଏ ଯେ ତାହାର ପ୍ୟାକିଂରେ ସହଜରେ ଭୂତାଣୁ ପରିବହନ ସମ୍ଭବ ନୁହେଁ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଜାରି କରିଥିବା ମାର୍ଗଦର୍ଶିକାରେ ବ୍ୟାଙ୍କ୍, ହସପିଟାଲ, ତେଜରାତି ଦୋକାନ ସମେତ ଖବରକାଗଜକୁ ଅତ୍ୟାବଶ୍ୟକ ସାମଗ୍ରୀ ରୂପେ ଦର୍ଶାଯାଇଛି। ତେଣୁ ଖବରକାଗଜ ବିତରଣରେ ଏବଂ ସାମ୍ବାଦିକମାନଙ୍କର ଆତଯାତ ହେବାରେ କୌଣସି ବାଧା ନାହିଁ। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଖବରକାଗଜ ଅତ୍ୟାବଶ୍ୟକ ହେଉଥିବାରୁଏହାର ବିତରଣ ବ୍ୟାହତ ହେବା ଅନୁଚିତ। ଏ ମର୍ମରେ କିଛି ଦିନ ତଳେ ରାଷ୍ଟ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏନ୍ସିଡିସି)ର ନିର୍ଦେଶକ ଡାକ୍ତର ସୁଜିତ କୁମାର ସିଂହ କହିଥିଲେ ଯେ ଖବରକାଗଜ ଏକ ଭୂତାଣୁ ସଂକ୍ରମଣର ମାଧ୍ୟମ ବୋଲି ଯାହା କହାଯାଉଥିଲା, ତାହାର କୌଣସି ସତ୍ୟତା ନାହିଁ। କାରଣ ସେଭଳି ହୋଇଥିବାର କୌଣସି ପ୍ରମାଣ ନାହିଁ। ୧୯୮୪ରୁ କେନ୍ଦ୍ରୀୟ ଦିଲ୍ଲୀରେ ଖବରକାଗଜ ବିତରଣ କରୁଥିବା ବି.ପି. ସିଂହ ପ୍ରଧାନ କହିଛନ୍ତି, ''ଭୂତାଣୁ ଭୟ ଲୋକଙ୍କ ଭିତରେ ଏମିତି କଡ଼ା ଭାବେ ବସା ବାନ୍ଧିଯାଇଛି ଯେ ସେମାନେ ଆମକୁ ବି ନାକ ଟେକୁଛନ୍ତି। କିନ୍ତୁ ଆମ ସ୍ୱାସ୍ଥ୍ୟ କଥା କିଏ କେବେ ଭାବିଛନ୍ତି?'' ଖବରକାଗଜ ବିତରଣ ଉପରେ କୌଣସି ସରକାରୀ କଟକଣା ଲଗାଯାଇ ନାହିଁ। ସକାଳ ୪ଟାରୁ ୯ଟା ଭିତରେ ଖବରକାଗଜକୁ ହକରମାନେ ବାଣ୍ଟିପାରିବେ। ଦିଲ୍ଲୀ ପୁଲିସ୍ କହିଛି ଯେ ନାଗରିକାମାନେ ଦୈନିକ ଖବରକାଗଜ ପାଇବାରୁ ଜମାରୁ ବଞ୍ଚିତ ହେବା କଥା ନୁହେଁ।
ଭୂତାଣୁବାହକ ନୁହେଁ ଖବରକାଗଜ
/sambad/media/post_attachments/wp-content/uploads/2019/06/newspaper-1075795_1920.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)