BREAKING NEWS Photograph: (sambad.in)
ଆମେ ଆମର ପାଠକଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ଖବର ସହିତ ଅପଡେଟ୍ କରିବାକୁ ଉଦ୍ୟମ କରୁଛୁ। ଆପଣଙ୍କ ପାଇଁ ସଦ୍ୟତମ ଏବଂ ବ୍ରେକିଂ ନ୍ୟୁଜ୍ ଆଣିବାକୁ ଆମେ ପ୍ରତିବଦ୍ଧ। ପ୍ରାରମ୍ଭିକ ସୂଚନା ମାଧ୍ୟମରେ ଏହି ଖବରକୁ ନିରନ୍ତର କ୍ରମାଗତ ଭାବେ ଅପ୍ଡେଟ୍ କରୁଛୁ। ସଦ୍ୟତମ ବ୍ରେକିଂ ନ୍ୟୁଜ୍ ଏବଂ ଅପଡେଟ୍ ପାଇଁ sambad.in ସହିତ ଯୋଡ଼ି ରୁହନ୍ତୁ।
-
Nov 30, 2025 22:05 IST
ପ୍ରଥମ ଦିନିକିଆ: ଦକ୍ଷିଣ ଆଫ୍ରିକାକୁ ୧୭ ରନରେ ପରାସ୍ତ କଲା ଭାରତ, କୁଳଦୀପଙ୍କୁ ୪ ଓ୍ବିକେଟ୍
ପ୍ରଥମ ଦିନିକିଆ: ଦକ୍ଷିଣ ଆଫ୍ରିକାକୁ ୧୭ ରନରେ ପରାସ୍ତ କଲା ଭାରତ, କୁଳଦୀପଙ୍କୁ ୪ ଓ୍ବିକେଟ୍
-
Nov 30, 2025 20:46 IST
ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ରାସ୍ତା ଅବରୋଧ
- ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ
- ଉତ୍ତ୍ୟକ୍ତ ଲୋକଙ୍କ ୪୯ ଏବଂ ୧୪୯ ନମ୍ବର ଜାତୀୟ ରାଜପଥ ଅବରୋଧ
- ଅନୁଗୁଳ ଜିଲ୍ଲା ପାଳଲହନା ଥାନା କାଇଁସିପାଲି ଛକ ନିକଟରେ ଦୁର୍ଘଟଣା
- କ୍ଷତିପୂରଣ ଏବଂ ଅଭିଯୁକ୍ତକୁ ଗିରପ ଦାବି
-
Nov 30, 2025 18:41 IST
ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ
- ସାମାନ୍ୟ ବଚସାରୁ ଜଣଙ୍କୁ ହତ୍ୟାକଲା ଦୁର୍ବୃତ୍ତ
- ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବଜାରରେ ଅଭାବନୀୟ ଘଟଣା
- ଅଭିଯୁକ୍ତକୁ କାବୁ କଲେ ସାଧାରଣ ଜନତା
- ଅଟକ ଦୁର୍ବୃତ୍ତକୁ ପୁଲିସର ପଚରାଉଚୁରା ଜାରି
-
Nov 30, 2025 17:44 IST
ଆତ୍ମସମର୍ପଣ କଲେ ୩୭ମାଓମାଦୀ
- ହିଂସା ଛାଡ଼ି ଆତ୍ମସମର୍ପଣ କଲେ ୩୭ ମାଓମାଦୀ
- ଛତିଶଗଡ଼ର ଦନ୍ତେୱାଡା ପୁଲିସ ନିକଟରେ କଲେ ଆତ୍ମସମର୍ପଣ
- ମାଓବାଦୀ ଭୀମା ମଧ୍ୟ ଛାଡ଼ିଲା ଅସ୍ତ୍ର
- ୩୭ ମାଓବାଦୀଙ୍କ ନାମରେ ଥିଲା ୬୫ ଲକ୍ଷ ଟଙ୍କା ପୁରସ୍କାର
-
Nov 30, 2025 17:16 IST
ବାରବାଟୀରେ ମ୍ୟାଚ୍ ପାଇଁ ଡିସେମ୍ବର ୧ରୁ ମିଳିବ ଟିକେଟ୍
- ବାରବାଟୀ ଷ୍ଟାଡିୟମରେ ମ୍ୟାଚ୍ ପାଇଁ ଡିସେମ୍ବର ୧ରୁ ମିଳିବ ଟିକେଟ୍
- ଅନ୍ଲାଇନ୍ରେ ମିଳିବ ୨୦୦୦ ଟିକେଟ୍
- ଅଫ୍ଲାଇନ୍ରେ ବିକ୍ରି ହେବ ୧୦,୦୦୦ ଟିକେଟ୍
- ଓଡ଼ିଶା କ୍ରିକେଟ୍ ଆସୋସିଏନ୍ ପକ୍ଷରୁ ସୂଚନା
- ଡିସେମ୍ବର ୯ରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍
- ସନ୍ଧ୍ୟା ୭ଟାରୁ ଆରମ୍ଭ ହେବ ମ୍ୟାଚ୍
- ଅପରାହ୍ଣ ୪ଟାରୁ ଦର୍ଶକଙ୍କୁ ଷ୍ଟାଡିୟମ ଯିବାକୁ ମିଳିବ ଅନୁମତି
- ଦିନିକିଆ ଶୃଙ୍ଖଳା ପରେ ଭାରତ-ଦକ୍ଷିଣ ଆଫ୍ରିକା ଖେଳିବେ ୩ଟି ଟି-୨୦ ମ୍ୟାଚ୍
Barabati stadium. Photograph: (sambad.in) -
Nov 30, 2025 16:21 IST
ଶତକ ମାରିଲେ ବିରାଟ କୋହଲି
- ଦକ୍ଷିଣ ଆଫ୍ରିକା ବିପକ୍ଷରେ କୋହଲିଙ୍କ ଶତକ ହାସଲ
- ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ମ୍ୟାଚ୍ରେ କୋହଲିଙ୍କ ଶତକ
- ରାଞ୍ଚିରେ ବଡ଼ ଉପଲବ୍ଧି ହାସଲ କଲେ ବିରାଟ
- ୧୦୨ଟି ବଲ୍ ଖେଳି ଶତକ ହାସଲ
- କୋହଲିଙ୍କ ସ୍କୋରରେ ୭ଟି ଚୌକା, ୫ଟି ଛକା ସାମିଲ
Virat Kohli hits century against South Africa. Photograph: (Aajtak) -
Nov 30, 2025 16:14 IST
ଡାକ୍ତରଖାନାରେ ସୁରକ୍ଷାକର୍ମୀଙ୍କ ଦାଦାଗିରି
- ରୋଗୀଙ୍କୁ ସୁରକ୍ଷାକର୍ମୀଙ୍କ ଆକ୍ରମଣ
- ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଘଟଣ
- ଚିକିତ୍ସା ନିମନ୍ତେ ଆସିଥିବା ରୋଗୀଙ୍କୁ ମରଣାନ୍ତକ ଆକ୍ରମଣ
- ଭୁବନେଶ୍ୱରର ଏକ ସଂସ୍ଥା ପକ୍ଷରୁ ନିୟୋଜିତ ଅଛନ୍ତି ସୁରକ୍ଷାକର୍ମୀ
-
Nov 30, 2025 16:07 IST
ରାଞ୍ଚିରେ ରେକର୍ଡ କଲେ ରୋହିତ
ରାଞ୍ଚି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମୁକାବିଲା ଆଜି ରାଞ୍ଚିରେ ଜାରି ରହିଛି। ଏହି ମୁକାବିଲାରେ ଭାରତୀୟ ଟିମ୍ର ବରିଷ୍ଠ ଓ ଅଭିଜ୍ଞ ବ୍ୟାଟର ରୋହିତ ଶର୍ମା ଏବଂ ବିରାଟ କୋହଲି ଦମଦାର ପ୍ରଦର୍ଶନ କରିଛନ୍ତି। କୋହଲି ଏବଂ ରୋହିତ ମିଶି ଦ୍ବିତୀୟ ୱିକେଟ୍ ପାଇଁ ଶତକୀୟ ଭାଗିଦାରୀ ହୋଇପାରିଛନ୍ତି। ଉଭୟ ଖେଳାଳି ଦିନିକିଆ ଅନ୍ତର୍ଜାତୀୟରେ ୨୦ତମ ଶତକୀୟ ଭାଗିଦାରୀ ହୋଇପାରିଛନ୍ତି। ରୋହିତ ଶର୍ମା ଏହି ମ୍ୟାଚ୍ରେ ବଡ଼ ରେକର୍ଡ କରିଛନ୍ତି। ସେ ଏବେ ଦିନିକିଆ ଅନ୍ତର୍ଜାତୀୟରେ ସର୍ବାଧିକ ଛକା ମାରିଥିବା ଖେଳାଳି ହୋଇପାରିଛନ୍ତି। ଏହି ମୁକାବିଲା ପର୍ଯ୍ୟନ୍ତ ରୋହିତଙ୍କୁ ପାକିସ୍ତାନର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରୀଦୀଙ୍କ ରେକର୍ଡ ଭାଙ୍ଗିବାକୁ ୩ଟି ଛକା ଦରକାର ଥିଲା। ସେ ଭାରତୀୟ ଇନିଂସର ୨୦ତମ ଓଭରରେ ମାର୍କୋ ଜାନସନଙ୍କ ବଲ୍ରେ ଛକା ମାରିଥିଲେ ଏବଂ ଆଫ୍ରୀଦୀଙ୍କୁ ପଛରେ ପକାଇଥିଲେ। ଦିନିକିଆ ଅନ୍ତର୍ଜାତୀୟରେ ଆଫ୍ରୀଦୀ ୩୯୮ଟି ମ୍ୟାଚ୍ରେ ୩୫୧ଟି ଛକା ମାରିଥିଲେ। ଏହାକୁ ରୋହିତ ଭାଙ୍ଗିଛନ୍ତି। ରୋହିତ ୨୭୭ଟି ଦିନିକିଆ ମ୍ୟାଚ୍ରେ ୩୫୨ଟି ଛକା ମାରିପାରିଛନ୍ତି।
-
Nov 30, 2025 09:35 IST
କାଲିଫର୍ନିଆର ଲୁସିଲ୍ ଆଭେନ୍ୟୁରେ ଗୁଳିକାଣ୍ଡ
ଆମେରିକାର କାଲିଫର୍ନିଆର ଲୁସିଲ୍ ଆଭେନ୍ୟୁରେ ଏକ ଗୁଳିକାଣ୍ଡ ଘଟି ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଆକ୍ରମଣ ଘଟଣାରେ ଅତି କମରେ ସାତ ଜଣ ଲୋକ ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସାନ୍ ଜୁଆକ୍ୱିନ୍ କାଉଣ୍ଟି ସେରିଫ୍ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଘଟଣାର ତଦନ୍ତ ଜାରି ରହିଛି। ରିପୋର୍ଟ ଲେଖାଯିବା ବେଳକୁ କାହାରିକୁ ଗିରଫ କରାଯାଇ ନାହିଁ।
-
Nov 30, 2025 07:42 IST
କଙ୍ଗୋରେ ଡଙ୍ଗାବୁଡ଼ି ୧୯ଜଣଙ୍କ ମୃତ୍ୟୁ
କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟରେ ଏକ ଦୁଃଖଦ ଡଙ୍ଗା ଦୁର୍ଘଟଣା ଘଟିଛି। ଗ୍ରାମାଞ୍ଚଳରେ ଅସୁରକ୍ଷିତ ନଦୀ ପରିବହନର ଗମ୍ଭୀର ସମସ୍ୟାକୁ ସ୍ପଷ୍ଟ କରିଛି। ଅଧିକାରୀଙ୍କ ଅନୁଯାୟୀ ପ୍ରବଳ ପବନ ଯୋଗୁଁ ମାଇ-ନୋମ୍ବେ ହ୍ରଦରେ ଏକ ଡଙ୍ଗା ବୁଡ଼ିଯିବାରୁ ଅତି କମରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ନିଖୋଜ ଅଛନ୍ତି।
-
Nov 30, 2025 07:24 IST
ଅଗ୍ନିକାଣ୍ଡରେ ୩ଜଣଙ୍କ ମୃତ୍ୟୁ
ଦିଲ୍ଲୀର ସଙ୍ଗମ ବିହାର ଅଞ୍ଚଳରେ ଶନିବାର ଦିନ ଏକ ଭୟଙ୍କର ଅଗ୍ନିକାଣ୍ଡରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ଅଗ୍ନିକାଣ୍ଡରେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟିଗ୍ରୀ ଏକ୍ସଟେନସନ ଅଞ୍ଚଳରେ ଏକ ଚାରି ମହଲା ବିଶିଷ୍ଟ ଆବାସିକ କୋଠାରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ଅତି କମରେ ତିନି ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି ଏବଂ ଅନେକ ଗୁରୁତର ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, କୋଠାର ତଳ ମହଲାରେ ଅବସ୍ଥିତ ଏକ ଜୋତା ଦୋକାନରେ ସନ୍ଧ୍ୟା ପ୍ରାୟ ୬ଟା ୧୫ରେ ନିଆଁ ଲାଗିଥିଲା। ନିଆଁ ଏତେ ଭୟଙ୍କର ଥିଲା ଯେ ଏହା ଶୀଘ୍ର ଉପର ମହଲାକୁ ବ୍ୟାପିଗଲା ଏବଂ ସମଗ୍ର କୋଠାକୁ ଗ୍ରାସ କଲା।
-
Nov 30, 2025 07:02 IST
ବାତ୍ୟା ମୁକାବିଲା: ହାଇ ଆଲର୍ଟରେ NDRF-SDRF
ଚେନ୍ନାଇ: ଶ୍ରୀଲଙ୍କାରେ ପ୍ରଳୟଙ୍କରୀ କ୍ଷୟକ୍ଷତି ଘଟାଇଥିବା ବାତ୍ୟା ‘ଦିତ୍ୱାହ’ କ୍ରମାଗତ ଭାବରେ ଉତ୍ତର ତାମିଲନାଡୁ ଓ ପୁଡୁଚେରୀ ଉପକୂଳ ଆଡକୁ ଗତି କରୁଥିବାରୁ କର୍ତ୍ତୃପକ୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍କୁଲ-କଲେଜ ବନ୍ଦ ଘୋଷଣା କରାଯିବା ସହ ରିଲିଫ୍ କାର୍ଯ୍ୟ ପାଇଁ ସରକାର ପ୍ରସ୍ତୁତ ହୋଇ ରହିଛନ୍ତି। ସୁରକ୍ଷା ପଦକ୍ଷେପ ସ୍ବରୂପ ୫୪ଟି ବିମାନକୁ ବାତିଲ କରାଯାଇଛି।
Cyclone alert in Tamil Nadu Photograph: (Aajtak) ବର୍ତ୍ତମାନ ଉପକୂଳ ଶ୍ରୀଲଙ୍କା ଓ ସଂଲଗ୍ନ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଦେଇ ଗତି କରୁଥିବା ଏହି ବାତ୍ୟା କ୍ରମଶଃ ତୀବ୍ର ହେବାରେ ଲାଗିଛି, ଯେଉଁଥିପାଇଁ ଅନେକ ଅଞ୍ଚଳରେ ରେଡ୍ ଆଲର୍ଟ ଜାରି କରାଯାଇଛି। ତାମିଲନାଡ଼ୁ, ପୁଡ଼ୁଚେରୀ, କର୍ଣ୍ଣାଟକ ଓ ଆନ୍ଧ୍ର ପ୍ରଦେଶରେ ‘ଦିତ୍ୱାହ’ ପ୍ରଭାବରେ ପ୍ରବଳ ବର୍ଷା ଲାଗି ରହିଛି। ଏନ୍ଡିଆରଏଫ୍-ଏସ୍ଡିଆରଏଫ୍ ସତର୍କ ଅଛନ୍ତି।
Follow Us