ଭୋପାଳ : ଦୀର୍ଘ ଆଠବର୍ଷ ଧରି ଶିଶୁମାନଙ୍କୁ ଯୌନ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗରେ ଭୋପାଳରୁ ପ୍ରକାଶିତ ନାମକ ଏକ ଖବରକାଗଜ ମାଲିକ ପ୍ୟାରେ ମିଆଁକୁ ପୁଲିସ ଶ୍ରୀନଗରରୁ ଗିରଫ କରିଛି। ଏହି କୁତ୍ସିତ ଘଟଣାରେ ପୁଲିସ ପୂର୍ବରୁ ୪ ଜଣଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ନିର୍ଯାତିତ ଶିଶୁର ଜେଜେମା' ବୋଲି ଜଣାଯାଇଛି। ସେହିପରି ଅଭିଯୁକ୍ତ ପ୍ୟାରେ ସମ୍ପର୍କରେ ସୂଚନା ଦେବା ପାଇଁ ପୁଲିସ ୩୦ ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା। ଏବେ ସ୍ଥାନୀୟ ପୁଲିସ ପକ୍ଷରୁ ଭୋପାଳର ଶ୍ୟାମଳା ହିଲ୍ସ ଇଲାକାର ଅନ୍ସାଲ୍ ଆପାର୍ଟମେଣ୍ଟ୍ ସ୍ଥିତ ପ୍ୟାରେ ମିଆଁ ଘରେ ଚଢ଼ଉ ଜାରି ରହିଥିବା ବେଳେ ସେଠାରୁ ଲକ୍ଷଲକ୍ଷ ଟଙ୍କାର ବିଦେଶୀ ମଦ, ଶିଶୁ ଅଶ୍ଳୀଳତା ଜନିତ ସାମଗ୍ରୀ ଏବଂ ଅନ୍ୟାନ୍ୟ ଆପତ୍ତିଜନକ ବସ୍ତୁ ଜବତ ହୋଇଥିବା ଜଣାଯାଇଛି।
ଶିଶୁ ଦୁଷ୍କର୍ମକାରୀ ଖବରକାଗଜ ମାଲିକ ଗିରଫ
/sambad/media/post_attachments/wp-content/uploads/2020/07/Pyare-Miyan-1200.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)