ନ୍ୟୁୟର୍କରେ ବିସ୍ଫୋରଣ, ୧୫ ଆହତ

ନ୍ୟୁୟର୍କ: ସୋମବାର ଆମେରିକାର ନ୍ୟୁୟର୍କ ସ୍ଥିତ ଟାଇମ୍ସ ସ୍କେ୍ଵାୟାର ନିକଟରେ ବୋମା ବିସ୍ଫୋରଣ ହୋଇଛି। ଏଥିରେ ୧୫ରୁ ଅଧିକ ଆହତ ହୋଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ବିସ୍ଫୋରଣ ସହ ଜଡ଼ିତ ଜଣେ ୨୭ ବର୍ଷୀୟ ବାଂଲାଦେଶୀକୁ ଗିରଫ କରାଯାଇଥିବା ବେଳେ ତାହାର ଦୁର୍ଦ୍ଦାନ୍ତ ଆତଙ୍କବାଦୀ ସଂଗଠନ ଆଇଏସ୍‌ ସହିତ ସମ୍ପର୍କ ଥିବା ସନ୍ଦେହ କରାଯାଉଛି।
ସ୍ଥାନୀୟ ଗଣମାଧ୍ୟମର ଖବର ମୁତାବକ, ନ୍ୟୁୟର୍କର ମ୍ୟାନହଟ୍ଟନ ସ୍ଥିତ ୪୨ ଷ୍ଟ୍ରିଟରେ ଏହି ବିସ୍ଫୋରଣ ହୋଇଛି। ମାଟିତଳ ସୁଡ଼ଙ୍ଗରେ ଏହି ବୋମା ବିସ୍ଫୋରଣ ହୋଇଥିବାରୁ ଏହା ପାଇପ୍‌ ବୋମା ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ବିସ୍ଫୋରଣ ପରେ ଲୋକେ ଆତଙ୍କିତ ଅବସ୍ଥାରେ ଇତସ୍ତତଃ ଦୌଡ଼ିବାରୁ ଦଳାଚକଟାରେ କିଛି ଲୋକ ମଧ୍ୟ ଆହତ ହୋଇଛନ୍ତି। ଏଥିପାଇଁ କୌଣସି ଆତଙ୍କବାଦୀ ସଂଗଠନ ନିଜକୁ ଦାୟୀ କରିନାହାନ୍ତି। ଅପରପକ୍ଷେ ସୁରକ୍ଷାକର୍ମୀମାନେ ସନ୍ଦିଗ୍ଧ ବାଂଲାଦେଶୀ ଯୁବକକୁ କାବୁ କରି ପଚରାଉଚୁରା ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର