ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଲାଞ୍ଚ ଫେରାଇଲେ

ୱଲିଂଟନ: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଆର୍‌ଦେର୍ନ ଜଣେ ୧୧ ବର୍ଷୀୟା ନାବାଳିକାଙ୍କ ଦ୍ୱାରା ଦିଆଯାଇଥିବା ଲାଞ୍ଚ ଟଙ୍କାକୁ ଫେରାଇ ଦେଇଛନ୍ତି। ଭିକ୍ଟୋରିଆ ନାମ୍ନୀ ନାବାଳିକା ସରକାରଙ୍କୁ ଡ୍ରାଗନ୍‌ ଅନୁସନ୍ଧାନ କରିବା ପାଇଁ ଏକ ଚିଠି ଲେଖିଥିଲେ। ଉକ୍ତ ଚିଠିରେ ସେ ୩.୨୦ ଆମେରିକୀୟ ଡଲାର ମଧ୍ୟ ଦେଇଥିଲେ। ଉକ୍ତ ଲାଞ୍ଚ ଟଙ୍କାକୁ ଫେରାଇବା ସହ ଆର୍‌ଦେର୍ନ ଲେଖିଛନ୍ତି, ତୁମର ଆଗ୍ରହକୁ ନେଇ ଆମେ ଖୁସି, କିନ୍ତୁ ଦୁର୍ଭାଗ୍ୟର ବିଷୟ ଉକ୍ତ ବିଷୟରେ ସରକାର କୌଣସି ଅନୁସନ୍ଧାନ କରୁନାହାନ୍ତି।

ସମ୍ବନ୍ଧିତ ଖବର